କରୋନାରେ ଆଖି ବୁଜିଲେ ବ୍ଲକ ଉପାଧ୍ୟକ୍ଷ; ଜାହାଡ଼ା ପଞ୍ଚାୟତରେ ୩ ଦିନରେ ଗଲାଣି ୩ ଜୀବନ

ଆସିକା(ମନୋଜ ମୁନି): ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲା ୩ ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ୩ ଦିନରେ ୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।  ସେମାନଙ୍କ ମଧ୍ୟରେ ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁ ଅଛନ୍ତି।

ସୂଚନାଯୋଗ୍ୟ, ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁ ଅସୁସ୍ଥତା ହେତୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିବା ବେଳେ ଗତ ୨୫ ତାରିଖରେ ତାଙ୍କର ମୃତ୍ୟୁ ହେଲା।  ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇ ନ ଯାଇ ସରକାରୀ ଗାଇଡଲାଇନ୍‌ ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କ ପୂର୍ବରୁ ଉକ୍ତ ପଞ୍ଚାୟତର ଆଉ ୨ ଜଣଙ୍କର ମଧ୍ୟ କରୋନା ଯୋଗୁ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

ଜାହାଡ଼ା ପଞ୍ଚାୟତରେ କରୋନା ଦିନକୁ ଦିନ ବେକାବୁ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଜାହାଡ଼ା ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟଡାଉନ୍‌ ଘୋଷଣା କଲେ ସରପଞ୍ଚ। ଏହି କଟକଣା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଥିବା ବେଳେ ଆଖି ବୁଜି ସାରିଲେଣି ୯ ଜଣ। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଥିବାରୁ ବ୍ରହ୍ମପୁର ସହରକୁ  ଆଜିଠୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ



[ad_2]

Exit mobile version