କରୋନାରେ ଆକ୍ରାନ୍ତ ହେଲେ ବାପ ପୁଅ

ଭୁବନେଶ୍ୱର(ସତ୍ୟଶିଖା):  ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାପ ପୁଅ ଅଛନ୍ତି। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୪୧ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅକୁ ୩ ତିନି ହୋଇଥିବା  ଜଣାପଡ଼ିଛି।  ଏନେଇ ଜିଲ୍ଲା ଲୋକସଂପର୍କ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ, ଗତ ୧୦ତାରିଖରେ ବାପା, ପୁଅ  ଓ ମା’ ଅହମ୍ମଦାବାଦରୁ ଫେରିଥିଲେ। ବେଗୁନିଆ ବ୍ଲକ ହୀରାପୁର କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନେ ରହୁଥିଲେ। ଏହାପରେ ସେମାନଙ୍କ କରୋନା ଟେଷ୍ଟ କରାଯାଇଥିଲା। ତେବେ ବାପା, ପୁଅଙ୍କ ରିପୋର୍ଟ ପଜେଟିଭ ଆସିଥିଲା ବେଳେ ମା’ର ରିପୋର୍ଟ ନେଗେଟିଭ ଆସିଥିଲା।  ବାପ, ପୁଅଙ୍କୁ  ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟରେ ୧୪୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ  ସେମାନଙ୍କ ମଧ୍ୟରୁ ୮୮୧ ଜଣ  ବିଭିନ୍ନ ହସ୍ପିଟାଲରେ  ଚିକିତ୍ସାଧୀନ ଅଛନ୍ତି। ୫୫୦ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

[ad_2]
Exit mobile version