

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୭.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୬୯୦ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୦ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୨ ଜଣ ଥିବା ବେଳେ କଟକରୁ ୧୬୦, ଅନୁଗୋଳରୁ ୪୪, ବାଲେଶ୍ୱରରୁ ୯୩, ବରଗଡ଼ରୁ ୧୧, ଭଦ୍ରକରୁ ୭୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୯, ଗଜପତିରୁ ୨, ଗଞ୍ଜାମରୁ ୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୮୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୨୯, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୦, ପୁରୀରୁ ୯୬, ରାୟଗଡ଼ାରୁ ୧୨, ସମ୍ବଳପୁରରୁ ୧୪, ସୋନପୁରରୁ ୨୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୨ ଜଣ ଅଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୧୩ ଜଣ ଚିହ୍ନଟ ହୋଇଛନ୍ତି।