କରୋନା ମୃତ୍ୟୁହାର କମିଛି, ଆରୋଗ୍ୟ ହାର ବଢ଼ିଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ମୃତ୍ୟୁହାର ଓ ଆରୋଗ୍ୟ ହାର ଗୁରୁତ୍ୱପୂର୍ଣ୍ଣ। ପୂର୍ବ ତୁଳନାରେ ଦେଶରେ କରୋନା ଆରୋଗ୍ୟ ହାର ୩୮%କୁ ବୃଦ୍ଧି ପାଇଛି। ମଙ୍ଗଳବାର ଏହା କହିଛନ୍ତି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ।

କେନ୍ଦ୍ର ସରକାରଙ୍କ କରୋନା କମିଟିରେ ସାମିଲ୍ ଥିବା ଅମିତାଭ ଟୁଇଟ୍ କରି ଆଜି କହିଛନ୍ତି, ଅନ୍ୟ ଦେଶ ତୁଳାନରେ ଆମ ଦେଶର ଆରୋଗ୍ୟ ହାର ଓ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଛି। ଆମେରିକାର ୨୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେହି ତୁଳନାରେ ଭାରତରେ ୨୭୫ ଜଣ ଆକ୍ରାନ୍ତ ହୋଇଛନ୍ତି, ସ୍ପେନରେ ୫୯୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଫ୍ରାନ୍ସର ମୃତ୍ୟୁ ହାର ୧୬% ରହିଥିବାବେଳେ ଭାରତରେ ଏହି ହାର ୩% ରହିଛି। ସେହପରି ଆରୋଗ୍ୟ ହାର ନିରନ୍ତର ଭାବରେ ବଢ଼ୁଛି।

ଆହୁରି ପଢ଼ନ୍ତୁ

ଗତ ୨୪ ଘଣ୍ଟା ମଧ୍ୟରେ ୩,୧୬୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଅମିତାଭ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ ଛୁଇଁଛି। ଏବେ ୫୮,୩୦୨ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୩୯,୧୭୩ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୩,୧୬୩ ଛୁଇଁଛି। କେରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରେ ଦେଶ ଲକଡାଉନ୍ ରହିଛି।



[ad_2]

Exit mobile version