କରୋନା: ପଞ୍ଜାବରେ ଲାଗୁ ହେଲା କର୍ଫ୍ୟୁ

ଚଣ୍ଡିଗଡ: କରୋନା ଭାଇରସର ମୁକାବିଲା କରିବାକୁ ଯାଇ ପଞ୍ଜାବ ସରକାର ସୋମବାରଠୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କର୍ଫ୍ୟୁ ଲାଗୁ କରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କର୍ଫ୍ୟୁ ଲାଗୁ କରିଛନ୍ତି।

ଅନେକ ରାଜ୍ୟ ଯଦିଓ ଲକ୍ ଡାଉନ୍ କରିଛନ୍ତି, ହେଲେ ଅନେକ ଏହି ସମୟରେ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଖୁବଶୀଘ୍ର ଡେପୁଟି କମିଶନରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି ବୋଲି ସରକାରଙ୍କ ମୁଖପାତ୍ର କହିଛନ୍ତି।

[ad_2]
Exit mobile version