କରୋନା ନେଇ କାହିଁକି କେନ୍ଦ୍ରକୁ ଜବାବ ଦେଉନି ମମତା ସରକାର?


ନୂଆଦିଲ୍ଲୀ: କରୋନା ମହାମାରୀର ତଥ୍ୟ ହେରଫେର ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଘନିଭୂତ ହେବାରେ ଲାଗିଛି। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ପଠାଇଛନ୍ତି। ହେଲେ ଏହି ଟିମକୁ ମମତା ସରକାର ସହଯୋଗ କରୁନଥିବା ଜଣାପଡ଼ିଛି। କରୋନା ମହାମାରୀ ବେଳେ ମମତାଙ୍କ ଏଭଳି ଅସହଯୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅସନ୍ତୋଷର ବାତାବାରଣ ସୃଷ୍ଟି କରିଛି।
ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ରାଜ୍ୟ ସରକାରଙ୍କୁ ୪ଟି ଚିଠି ଦେଇଛନ୍ତି। ଏହାପରେ ବି ମମତା ସରକାର ରାଜ୍ୟରେ କରୋନା ହସ୍ପିଟାଲ, ଏକାନ୍ତବାସ କେନ୍ଦ୍ର, କଣ୍ଟେନମେଣ୍ଟ ଜୋନ୍ ବାବଦରେ ଆବଶ୍ୟକ ସୂଚନା ଦେଉ ନାହାନ୍ତି। ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା। ଏହାପରେ ୬ ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ଗଠନ କରିଥିଲା।
ପଶ୍ଚିମବଙ୍ଗ ପାଇଁ ଦୁଇ ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ପଠାଇଛି କେନ୍ଦ୍ର। ପ୍ରଥମେ ମମତା ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ ଟିମକୁ ରାଜ୍ୟରେ ପୂରାଇ ଦେବେନି ବୋଲି ଧମକ ଦେଇଥିଲେ। ହେଲେ କେନ୍ଦ୍ରର ନାଲି ଆଖି ଦେଖିବା ପରେ ମମତା ନରମିଥିଲେ। ଏବେ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମକୁ ମମତା ସହଯୋଗ କରୁନଥିବା ଜଣାପଡ଼ିଛି।
Inter-Ministerial Central Team (IMCT) leader in West Bengal writes to State Chief Secretary, complains of non-cooperation by West Bengal Government and inadequate security provided. pic.twitter.com/CHK77J34Kr
— ANI (@ANI) April 25, 2020
ଆହୁରି ପଢ଼ନ୍ତୁ
ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ବିଭିନ୍ନ ହସ୍ପିଟାଲକୁ ସ୍ଥିତି ପରଖିବାକୁ ଯାଉଛନ୍ତି। ହେଲେ ସରକାର ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦେଉନଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ଅଭିଯୋଗ କରିଛି। ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଅନୁସାରେ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମକୁ ରାଜ୍ୟ ସରକାର ସୁରକ୍ଷା ଉପକରଣ ଯୋଗାଇ ଦେବେ। ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଶି ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ କରୋନା ସ୍ଥିତି ଜାଣିବାକୁ ଚାହୁଁଛନ୍ତି। ହେଲେ ସରକାର ସହଯୋଗ କରୁନଥିବା ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ କହିଛି।
ମମତା ସରକାର ତଥ୍ୟ ହେରଫେର କରୁଥିବା ଅଭିଯୋଗ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ଆଣିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ କେନ୍ଦ୍ରର ତାଗିଦ ପରେ ନରମିଛନ୍ତି ପଶ୍ଚିମବଙ୍ଗ ସରକାର। ଶେଷରେ ଶୁକ୍ରବାର ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ କରୋନା ମୃତ୍ୟୁ ବାବଦରେ ସୂଚନା ଦେଇଥିଲେ। ରାଜ୍ୟରେ ୫୭ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସରକାର କହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତ ଅନ୍ୟ ରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। କେବଳ କରୋନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଗଣମାଧ୍ୟମକୁ କହିଥିଲେ। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଜଣାପଡ଼ିନି।
ଆନ୍ତଃ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଟିମର ଦୁଇ ଜଣିଆ ସଦସ୍ୟର ନେତୃତ୍ୱ ନେଉଥିବା ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପଶ୍ଚିମବଙ୍ଗ କରୋନା ମୃତକଙ୍କ ତାଲିକା ଆଇସିଏମଆର ଗାଇଡ ଲାଇନ୍ ଆଧାରରେ ପ୍ରସ୍ତୁତ କରୁଛନ୍ତି କି ନାହିଁ ସେ ନେଇ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ମୁଖ୍ୟ ଶାସନ ସଚିବଙ୍କର ଜବାବ ମାଗିଛନ୍ତି।
ପଶ୍ଚିମବଙ୍ଗ ସରକାର କୋଭିଡ୍ ୧୯ ମୁକାବିଲା ପାଇଁ ଏକ ଟିମ୍ ଗଠନ କରିଛନ୍ତି। ଯଦି ଜଣେ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତା’ହେଲେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରୁନଥିବା ଜଣାପଡ଼ିଛି।
[ad_2]