କୋଲକାତା: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗୋଟିଏ ପଟେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ପରସ୍ପରକୁ ସହଯୋଗ କରୁଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏବେ ଏହାକୁ ରାଜନୀତିକ ରଙ୍ଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ।
ପଶ୍ଚିମବଙ୍ଗରେ କାମ କରୁଥିବା ପ୍ରବାସୀ ଶ୍ରମିକ ଓଡ଼ିଶା ସମେତ ଅନେକ ରାଜ୍ୟ ପାଇଁ ଚିନ୍ତା ବଢ଼ାଇଥିବା ବେଳେ ମମତା ସରକାର କିନ୍ତୁ ରାଜ୍ୟରେ କରୋନା ବାବଦରେ କେନ୍ଦ୍ରକୁ ତଥ୍ୟ ଦେଉନଥିବା ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀସ୍ତରୀୟ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମର ଅଭିଯୋଗ ଉପରେ ଜବାବ ରଖିବାକୁ ଯାଇ କହିଛନ୍ତି, ପଶ୍ଚିମବଙ୍ଗରେ କରୋନା ସ୍ଥିତି ଜାଣିବାକୁ ଆସିନାହିଁ। ବରଂ ରାଜନୀତିକ ଭାଇରସ ବାଣ୍ଟିବାକୁ କେନ୍ଦ୍ରୀୟ ଟିମ୍ ଆସିଛି ବୋଲି ମମତା କହିଛନ୍ତି।
Inter-ministerial central teams visiting Bengal to assess #COVID19 situation served no purpose. Their real aim is to spread ‘political virus’. They are doing it shamelessly: TMC
— Press Trust of India (@PTI_News) April 25, 2020
ଆହୁରି ପଢ଼ନ୍ତୁ
ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ରାଜ୍ୟ ସରକାରଙ୍କୁ ୪ଟି ଚିଠି ଦେଇଛନ୍ତି। ଏହାପରେ ବି ମମତା ସରକାର ରାଜ୍ୟରେ କରୋନା ହସ୍ପିଟାଲ, ଏକାନ୍ତବାସ କେନ୍ଦ୍ର, କଣ୍ଟେନମେଣ୍ଟ ଜୋନ୍ ବାବଦରେ ଆବଶ୍ୟକ ସୂଚନା ଦେଉ ନାହାନ୍ତି। ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ଜାଣିବାକୁ ପାଇଥିଲା। ଏହାପରେ ୬ ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ଗଠନ କରିଥିଲା।
ପଶ୍ଚିମବଙ୍ଗ ପାଇଁ ଦୁଇ ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମ୍ ପଠାଇଛି କେନ୍ଦ୍ର। ପ୍ରଥମେ ମମତା ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ ଟିମକୁ ରାଜ୍ୟରେ ପୂରାଇ ଦେବେନି ବୋଲି ଧମକ ଦେଇଥିଲେ। ହେଲେ କେନ୍ଦ୍ରର ନାଲି ଆଖି ଦେଖିବା ପରେ ମମତା ନରମିଥିଲେ। ଏବେ ଆନ୍ତଃ ମନ୍ତ୍ରିସ୍ତରୀୟ ଟିମକୁ ମମତା ସହଯୋଗ କରୁନଥିବା କେନ୍ଦ୍ର ଟିମ୍ କହିଛି।
ମମତା ସରକାର ତଥ୍ୟ ହେରଫେର କରୁଥିବା ଅଭିଯୋଗ ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ଆଣିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ କେନ୍ଦ୍ରର ତାଗିଦ ପରେ ଶୁକ୍ରବାର ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ କରୋନା ମୃତ୍ୟୁ ବାବଦରେ ସୂଚନା ଦେଇଥିଲେ। ରାଜ୍ୟରେ ୫୭ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସରକାର କହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ୩୯ ଜଣ ଆକ୍ରାନ୍ତ ଅନ୍ୟ ରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। କେବଳ କରୋନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଗଣମାଧ୍ୟମକୁ କହିଥିଲେ। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଜଣାପଡ଼ିନି।
ଆନ୍ତଃ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଟିମର ଦୁଇ ଜଣିଆ ସଦସ୍ୟର ନେତୃତ୍ୱ ନେଉଥିବା ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପଶ୍ଚିମବଙ୍ଗ କରୋନା ମୃତକଙ୍କ ତାଲିକା ଆଇସିଏମଆର ଗାଇଡ ଲାଇନ୍ ଆଧାରରେ ପ୍ରସ୍ତୁତ କରୁଛନ୍ତି କି ନାହିଁ ସେ ନେଇ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ମୁଖ୍ୟ ଶାସନ ସଚିବଙ୍କର ଜବାବ ମାଗିଛନ୍ତି।
ପଶ୍ଚିମବଙ୍ଗ ସରକାର କୋଭିଡ୍ ୧୯ ମୁକାବିଲା ପାଇଁ ଏକ ଟିମ୍ ଗଠନ କରିଛନ୍ତି। ଯଦି ଜଣେ ଆକ୍ରାନ୍ତ ଶ୍ୱାସକ୍ରିୟା ଜନିତ ରୋଗରେ ମୃତ୍ୟୁ ବରଣ କରୁଛନ୍ତି ତା’ହେଲେ ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରୁନଥିବା ଜଣାପଡ଼ିଛି।
[ad_2]