ଦେଶ

କରୋନା: ଜଣେ ଲୋକଙ୍କ ପାଇଁ ୫୦୦ରୁ ଅଧିକ ବିପଦରେ

ଇଡ୍ଡୁକି: କେରଳର ଇଡ୍ଡୁକି ଜିଲ୍ଲାର ଜଣେ ପାଉଁରୁଟି ଦୋକାନୀ ଏବେ ଚିନ୍ତାଜନକ ପାଲଟିଛି। ଏବେ ଏହି ପାଉଁରୁଟି ବିକାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲକଡାଉନ୍ ବେଳେ ସେ ଦୋକାନରେ ପାଉଁରୁଟି ବିକ୍ରି କରୁଥିଲେ। ଏହି ସମୟରେ ସେ ୫୦୦ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏବେ ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ କେରଳ ସରକାର ଘୋଷଣା କରିଥିବା ସୂଚନା ରହିଛି। ଏବେ ଆକ୍ରାନ୍ତ ଜଣଙ୍କୁ ପଟ୍ଟୁଡିରେ ଥିବା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାବାଦ ଆକ୍ରାନ୍ତଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଲକଡାଉନ୍ ୩ରେ ନିୟମ କୋହଳ ହେବା ପରେ ଏହି ବ୍ୟକ୍ତି ପାଉଁରିଟି ଦୋକାନ ଖୋଲିଥିଲେ। ଏହି ସମୟରେ ଅନେକ ଲୋକ ଆସି ତାଙ୍କ ପାଖରୁ ପାଉଁରୁଟି କିଣିଥିଲେ। ଏବେ ଯେଉଁମାନେ ଏହି ଦୋକାନକୁ ଆସିଛନ୍ତି ସେମାନେ ତାଙ୍କ ପରିଚୟ ନିଜ ଆଡୁ ଆସି ପ୍ରଶାସନକୁ ଦେବା ପାଇଁ ଅନୁରୋଧ କରିଛନ୍ତି କେରଳ ସରକାରଙ୍କର ଜଣେ ଅଧିକାରୀ।

[ad_2]
Show More
Back to top button