ନ୍ୟୁଜ୍ରାଜ୍ୟ

ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମର ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତଦେହ ଉଦ୍ଧାର

ସତ୍ୟଶିଖା( ଭୁବନେଶ୍ୱର)୦୪.୦୮ . ୨୦୨୨:  ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ପଟିଆ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପାର୍ଥ ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମରେ ଭିଡିଓ ଏଡିଟର୍ ଭାବେ କାମ କରୁଥିଲେ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଲ ଅଞ୍ଚଳରେ।

ଗତ କିଛି ଦିନ ହେବ ସେ ଅବସାଦରେ ଥିଲେ ବୋଲି କୁହାଯାଉଛି। ଏପରିକି ସେ ବିଭିନ୍ନ କ୍ଷେତ୍ରରୁ ଋଣ ନେଇଥିବା କୁହାଯାଉଛି। ପାର୍ଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Show More
Back to top button