କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ମହମ୍ମଦ ଅଲ୍ଲୀ

ହାଇଦ୍ରାବାଦ: ତେଲେଙ୍ଗାନାର ଗୃହ ମନ୍ତ୍ରୀ ମହମ୍ମଦ ଅଲ୍ଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି।

ଜୁନ୍ ୨୫ରେ ହରିଠା ହରମ ନାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିଠାରେ ଅଲ୍ଲୀ କରୋନାରେ ସଂକ୍ରମିତ ହୋଇଥିବା ଆକଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନେକ ପୁଲିସ ଅଧିକାରୀଙ୍କ ସହିତ ମନ୍ତ୍ରୀ ଅଲ୍ଲୀ ମିଶିଥିଲେ। ତେଣୁ ଏବେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇପାରେ। ତେଲେଙ୍ଗାନାର ପ୍ରଥମ ମନ୍ତ୍ରୀ ଭାବରେ ଅଲ୍ଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସର ତିନି ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ



[ad_2]

Exit mobile version