‘କରୋନାକୁ ନେଇ ଭାରତର ପଦକ୍ଷେପକୁ ସବୁଠି ପ୍ରଶଂସା କଂଗ୍ରେସ କିନ୍ତୁ କେଁ ଖୋଜୁଛି’


ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିଶ୍ୱରେ ପ୍ରଶଂସା କରାଯାଉଛି। ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି। ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣର ଅଭାବ ଥିଲେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ଯାହାର ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Under PM Modi’s leadership,India’s efforts to fight Coronavirus are being lauded domestically&globally. 130Cr Indians are united to defeat COVID19. Yet,Congress is playing petty politics. High time they think of national interest and stop misleading people:Home Minister Amit Shah https://t.co/lZfegAb7a6 pic.twitter.com/hJcIvWi9Fj
— ANI (@ANI) April 2, 2020
ଆହୁରି ପଢ଼ନ୍ତୁ
କୋଭିଡ-୧୯କୁ ରୋକିବା ପାଇଁ ୧୩୦ କୋଟି ଭାରତୀୟ ଏକାଠି ହୋଇଛନ୍ତି। ହେଲେ କଂଗ୍ରେସ ରାଜନୀତି କରିବାକୁ ପ୍ରୟାସ କରୁଛି। ଏବେ ସମୟ ଦେଶବାସୀଙ୍କ ପାଇଁ ଚିନ୍ତା କରିବାର ସମୟ। ରାଜନୀତି କରିବା ଆଳରେ ଦେଶବାସୀଙ୍କୁ ବିଭ୍ରାନ୍ତିକର କରାନଯାଉ ବୋଲି ଶାହ କହିଛନ୍ତି।
ସୂଚନାଯୋଗ୍ୟ, ଲକ୍ଡାଉନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ। ଲକ୍ଡାଉନ୍ ଆବଶ୍ୟକ, ହେଲେ ବିନା ପ୍ରସ୍ତୁତିରେ ଏହି ନିଷ୍ପତ୍ତି ନିଆଯାଇଛି। ପରିଣାମସ୍ୱରୂପ ଲକ୍ଷ ଲକ୍ଷ ଦେଶର ଶ୍ରମିକ, ଦିନ ମଜୁରିଆ ଓ ଖଟିଖିଆ ଅକଳରେ ଅସୁବିଧାରେ ପଡ଼ିଛନ୍ତି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମାର୍ଚ୍ଚ ଅନ୍ତିମ ସପ୍ତାହରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ କହିଥିଲେ, ଲକ୍ଡାଉନ୍ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଦେଶର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହଠାତ୍ ଏଭଳି କଠୋର ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।
[ad_2]