ରାଜ୍ୟ
କପି ଧରିଥିଲେ ବୋଲି ପ୍ରିନ୍ସପାଲଙ୍କ ମୁଣ୍ଡ ଫଟାଇ ଦେଲେ


ଭୁବନେଶ୍ୱର (ସତ୍ୟଶିଖା): କପି ଧରିଥିବାରୁ ପ୍ରିନ୍ସପାଲଙ୍କ ମୁଣ୍ଡ ଫଟାଇ ଦେଲେ ପୂର୍ବତନ ଛାତ୍ର। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପଟିଆ କଲେଜରେ। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଅଭିଯୁକ୍ତ ପରୀକ୍ଷାରେ କପି କରୁଥିବା ବେଳେ ପ୍ରିନ୍ସପାଲ୍ ତାଙ୍କୁ ଧରିଥିଲେ। ଏହାସହିତ ବେଳେ ବେଳେ ଚୁଟି ଠିକ୍ରେ କୁଣ୍ଡାଇ ଆସୁ ନ ଥିବାକୁ ନେଇ ପ୍ରିନ୍ସପାଲ୍ ତାଙ୍କୁ ଗାଳି ମଧ୍ୟ କରିଥିଲେ। ଏହାକୁ ନେଇ ସେ ମନ ଭିତରେ ରାଗ ରଖିଥିଲେ ଓ ପ୍ରତିଶୋଧ ନେବାକୁ ଚାହୁଁଥିଲେ।
ଆହୁରି ପଢ଼ନ୍ତୁ
ଗୁରୁବାର ଦିନ ହଠାତ୍ ସେ ଅଫିସ୍ ଭିତରକୁ ପଶି ଏକ ହାତୁଡ଼ିରେ ପ୍ରିନ୍ସପାଲଙ୍କୁ ଆକ୍ରମଣ କରିଥିଲେ ଓ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ସିସିଟିଭିରେ ମଧ୍ୟ ଏହା କଏଦ ହୋଇଛି।
ଆହୁରି ପଢ଼ନ୍ତୁ
[ad_2]