ଖେଳ

କପିଲ୍ ଦେବଙ୍କ ନୂଆ ଲୁକ୍ ଦେଖି ସବୁ ଆଶ୍ଚର୍ଯ୍ୟ, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶ ଲକଡାଉନରେ ଥିବା ବେଳେ ଭାରତର ବିଶ୍ୱକପ୍ ବିଜେତା କ୍ୟାପଟେନ୍ କପିଲ୍ ଦେବ ନିଜର ନୂଆ ଲୁକ୍ ପାଇଁ ଖୁବ୍ ଚର୍ଚ୍ଚିତ ଅଛନ୍ତି। କପିଲ୍ ଦେବଙ୍କ ଏହି ନୂଆ ଲୁକ୍ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଏପରିକି ଟ୍ୱିଟରରେ କପିଲଙ୍କ ଏହି ନୂଆ ଲୁକକୁ ପ୍ରଶଂସକ ଭିନ୍ନ ଭିନ୍ନ ମଜାକିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ଭାରତର ଏହି କିମ୍ବଦନ୍ତୀ ଅଲରାଉଣ୍ଡର ନିଜର ମୁଣ୍ଡକୁ ଲଣ୍ଡା କରିଦେଇଛନ୍ତି। କପିଲ୍ ଲଣ୍ଡା ହୋଇଥିଲେ ହେଁ, ଷ୍ଟାଇଲିଶ୍ ଦାଢ଼ି ରଖିଛନ୍ତି। କପିଲଙ୍କ ଏହି ନୂଆ ଲୁକ୍ ପୂର୍ବ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଛି। କପିଲ୍ ନିଜର ଏହି ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଶେଆର୍ ହେବା ପରେ ପ୍ରଶଂସକଙ୍କୁ ତରଫରୁ ଖୁବ୍ ପ୍ରତିକ୍ରିୟା ମିଳିଛି। କିଛି ପ୍ରଶଂସକ କପିଲଙ୍କ ଏହି ନୂଆ ଲୁକର ତୁଳନା ବାହୁବଳୀ ଫିଲ୍ମର ଅନ୍ୟତମ ଚର୍ଚ୍ଚିତ ଚରିତ୍ର କଟ୍ଟପ୍ପା ସହ କରିଛନ୍ତି।

କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ଜାରି ରହିଛି ଏବଂ ସମସ୍ତ କ୍ରିକେଟର୍ ନିଜ ନିଜର ଘରେ ପରିବାର ସହ ଅଛନ୍ତି। ଲକଡାଉନରେ ପାର୍ଲର ଏବଂ ସେଲୁନ୍ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଚୁଟି କାଟିବା ବଡ଼ ସମସ୍ୟା। ତେଣୁ କପିଲ୍ ଦେବ ନିଜ ଲୁକ୍ ବଦଳାଇବାକୁ ନିଷ୍ପତ୍ତି ନେଲେ ଏବଂ ସମ୍ପୂର୍ଣ୍ଣ ଲଣ୍ଡା ହୋଇଗଲେ। କପିଲ୍ ଅଲଗା ଅଲଗା ପୋଜ୍ ଦେଇ ଫଟୋ ଉଠାଇଛନ୍ତି। କପିଲ୍ କଳା ଚଷମା ଏବଂ କଳା ରଙ୍ଗର ବ୍ଲେଜର୍ ପିନ୍ଧିଛନ୍ତି। କପିଲଙ୍କ ଏହି ନୂଆ ଲୁକକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।



[ad_2]

Show More
Back to top button