ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିକୁ ଯାଇଥିବା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଏବେ ଆଇସୋଲେସନରେ। ତଥାପି ସେ ଯେଉଁ ସବୁ ଲୋକଙ୍କ ସହ ମିଶିଥିଲେ ଓ ଯେଉଁ ସବୁ ସ୍ଥାନକୁ ଯାଇଥିଲେ, ସେଠାରେ କରୋନା ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ
ପାର୍ଟିରୁ ଫେରିବା ପରେ ଦୁଷ୍ୟନ୍ତ କେବଳ ସଂସଦ ଯାଇ ନଥିଲେ ବରଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଫିସିଆଲ ବାସଭବନକୁ ମଧ୍ୟ ଯାଇଥିଲେ। ସେ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ଭବନକୁ ଯିବା ସହ ସେଠାରେ ରାଷ୍ଟ୍ରପତି ଓ ଅନ୍ୟ ସାଂସଦମାନଙ୍କ ସହ ଫଟୋ ଉଠାଇଥିଲେ। ଏପରି କି ଦୁଷ୍ୟନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପଛରେ ଛିଡ଼ା ହୋଇଥିଲେ। ତେଣୁ ସେଠାରେ ମଧ୍ୟ କରୋନା ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି।