ଶଙ୍କରାଚାର୍ଯ୍ୟଙ୍କ ମତକୁ ନେଇ ବଢିଲା ଦ୍ୱନ୍ଦ୍ୱ: ଜଗତଗୁରୁ କହିଲେ, ରଥଯାତ୍ରା ନିଷ୍ପତିର ହେଉ ପୁନର୍ବିଚାର


ସତ୍ୟଶିଖା: ରଥଯାତ୍ରା ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତକୁ ନେଇ ଦ୍ୱନ୍ଦ ବଢିଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ରଥଯାତ୍ରା ନିଷ୍ପତିର ପୁନର୍ବିଚାର ହେଉ । କମ ସେବାୟତ ଓ ପୁଲିସ ସହୟାତାରେ ହୋଇପାରିବ ରଥଯାତ୍ରା । ସେପଟେ ଚଳିତ ବର୍ଷ ବଡଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଛି । କେମିତି, ଶ୍ରୀମନ୍ଦିରରେ ବଜାୟ ରହିବ ପରମ୍ପରା । କେମିତି ପାଳନ ହେବ ରଥ ଯାତ୍ରା ନୀତିକାନ୍ତି । ଏମିତି ଅନେକ ଚର୍ଚ୍ଚା ଭିତରେ ପରିଚଳନା କମିଟି ବୈଠକ ବସିଛି । ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି ।
ସଂଧ୍ୟାରେ ପୁଣି ଥରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ପ୍ରଥମ ପର୍ଯ୍ୟାୟ ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେଓ । ସେ କହିଛନ୍ତି ବିଧିବଧ ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । ଶ୍ରୀମନ୍ଦିର ଭତରେ କିଭଳି ବିଦ୍ଧି ରକ୍ଷା କରାଯିବ ଏ ନେଇ ସଂଧ୍ୟା ୬ଟାରେ ହେବାକୁ ଥିବା ବୈଠକରେ ନିଷ୍ପତି ନିଆଯିବ । ସଂଧ୍ୟାରେ ଛତିଶାନିଯୋଗ ସହ ଆଲୋଚନା କରିବେ ଗଜପତି । ଏହାପରେ ନୀତି ନିଷ୍ପତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ହେବ ଆଲୋଚନା। ମହାମାରୀ କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।