ରାଜ୍ୟ

ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କଟକରେ ଖୋଲିବ ଦୋକାନ

କଟକ(ସତ୍ୟଶିଖା): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ସମଗ୍ର ଦେଶରେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।  ହେଲେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି।

ଆହୁରି ପଢ଼ନ୍ତୁ

କଟକ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ ଏଠାରେ ମଧ୍ୟ କଟକଣା କୋହଳ କରାଯାଇଛି। ଏଠାରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ କଟକରେ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ଥିବାରୁ କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି।  କମିଶନରଙ୍କ ସୂଚନା ଅନୁଯାୟୀ, କଟକରେ ସେଲୁନ୍, ଗହଣା ଦୋକାନ, ଓ ମଦ ଦୋକାନ ଖୋଲିପାରିବ। କିନ୍ତୁ କେବଳ ସ୍ଥାନୀୟ କାରିଗରଙ୍କୁ ନେଇ ଖୋଲିବ ଗହଣା ଦୋକାନ।  ଏହି ସବୁ ଦୋକାନକୁ ଏବେ ବାହାର ମିସ୍ତ୍ରୀଙ୍କୁ ବାରଣ କରାଯାଇଛି।

ସେହିପରି ମାର୍କେଟ କଂପ୍ଲେକ୍ସରେ ନଥିବା ସିଙ୍ଗଲ/ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିପାରିବ। ଚୁଟିକଟା ସେଲୁନ୍, ସ୍ପା, ବିଉଟି ପାର୍ଲର ଖୋଲିପାରିବ। ସେଲୁନ୍, ବିଉଟି ପାର୍ଲର କର୍ମଚାରୀ କିନ୍ତୁ N95 ମାସ୍କ ପିନ୍ଧିବା ଜରୁରୀ । ମଦ ଦୋକାନ ଖୋଲିପାରିବ, କିନ୍ତୁ ସାମାଜିକ ଦୂରତ୍ୱ ବଜାୟ ଜରୁରୀ।

[ad_2]
Show More
Back to top button