
ସତ୍ୟଶିଖା (ମୁମ୍ବାଇ) ୯/୧୧/୨୦୨୦ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ(୭୮) ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବି ସବୁଠୁ ବ୍ୟସ୍ତ ଅଭିନେତା ମଧ୍ୟରୁ ଜଣେ । ଫିଲ୍ମ ବ୍ୟତୀତ ମେଗାଷ୍ଟାର୍ ଲୋକପ୍ରିୟ ଗେମ୍ ଶୋ ‘କୌନ ବନେଗା କରୋଡ଼ପତି ୧୨’ରୁ ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ ସୃଷ୍ଟି କରିଥିଲେ । ଏହି ଶୋ ଅଡିୟନ୍ସଙ୍କୁ କୋଟି କୋଟି ଟଙ୍କା ଜିତାଇବା ସହ ,ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକଙ୍କ ସହ ମିଳାଇବାର ଖାସ୍ ସୁଯୋଗ ଦେଇଛି ।
ଏହି ଶୋରେ ଅଧିକାଂଶ ପ୍ରଶଂସକ,ଅମିତାଭ ବଚ୍ଚନଙ୍କୁ ଚମତ୍କାର ସରପ୍ରାଇଜ ଦେଇ ସ୍ପେଶାଲ୍ ଫିଲ୍ କରାନ୍ତି । ନିକଟରେ ଅମିତାଭ ବଚ୍ଚନ ଏହା ସହ ଜଡ଼ିତ ଏକ ପୋଷ୍ଟ୍ ସେୟାର କରିଥିଲେ । ପ୍ରକୃତରେ,ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦୨୦,ନଭେମ୍ବର ୭ତାରିଖରେ ୫୧ବର୍ଷ ପୂରା କରିଛନ୍ତି । ଏହି ଅବସରରେ ଜଣେ ବ୍ୟକ୍ତି ଅମିତାଭଙ୍କ ଝୋଟି କରି ତାଙ୍କୁ ଖୁସି କରିଛନ୍ତି ଏବଂ ସ୍ପେଶାଲ୍ ଫିଲ୍ କରାଇଛନ୍ତି ।‘କେବିସି ୧୨’ର ସେଟ୍ରେ ଅମିତାଭ ଫଟୋ ସେୟାର କରି ଲେଖିଛନ୍ତି ଯେ ନା,ଏହା ଏକ ପେଣ୍ଟିଂ ନୁହେଁ,ଏହା ରଙ୍ଗୋଲି ଯାହା ଜଣେ ବ୍ୟକ୍ତି ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୧ବର୍ଷ ପୂରା ହେବା ପରେ କରିଛନ୍ତି । ଝୋଟି ତଳେ ତାରିଖକୁ ପଢ଼ନ୍ତୁ,ନଭେମ୍ବର ୭ ୧୯୬୯ ଏବଂ ନାଁ ସାତ ହିନ୍ଦୁସ୍ତାନୀ । ଏହି ତାରିଖରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା । ଏହା ତାଙ୍କୁ ୨୦୨୦ ନଭେମ୍ବର ୭ତାରିଖରେ ପ୍ରେଜେଣ୍ଟ କରାଗଲା l କେବିସି ୧୨ ଆରମ୍ଭ ହେବା ଦିନରୁ ଟିଆରପି ଲିଷ୍ଟରେ ରହିଛି । ଖୁବ୍ ଶୀଘ୍ର ଏହି ସିଜନରେ ଜଣେ ମହିଳା ୧ କୋଟି ଟଙ୍କା ଜିତିବେ ।