

ସତ୍ୟଶିଖା (ଭୁବନେଶ୍ୱର ) ୧୬.୧୨.୨୦୨୨ : ଆଜିଠୁ ରାଜ୍ୟକୁ ପୁଣି ଫେରିବ ଶୀତ । ଖସିବ 3ରୁ 4 ଡିଗ୍ରୀ ତାପମାତ୍ରା । ରାଜ୍ୟରେ ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । ଆଜି ଦକ୍ଷିଣ-ପଶ୍ଚିମ ଜିଲ୍ଲାଗୁଡ଼ିକରେ ଘନ କୁହୁଡି ଦେଖାଦେଇଛି । ସକାଳୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଦେଖାଦେଇଛି ।
ଗତକାଲି ରାତିର ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିଥିଲା। ଆଜିଠୁ ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଶୀତ ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିଦେଉଛି।