ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଆରୋଗ୍ୟ ହେଲେ, ଜାଣନ୍ତୁ କେଉଁ ଜିଲ୍ଲାର


ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳର। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ ମହାମାରୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୩ ଜଣ ପୂର୍ବରୁ ସୁସ୍ଥ ହୋଇଥିଲେ। ଆଜି ପୁଣି ଆଉ ୨ ସୁସ୍ଥ ହୋଇଛନ୍ତି। ଏବେ ୫ ଜଣ ରାଉରକେଲାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ
Two #COVID19 cases from Rourkela have recovered.
Number of COVID-19 recovered cases in #Odisha now stand at 41. #OdishaFightsCorona— H & FW Dept Odisha (@HFWOdisha) April 30, 2020
ଅନ୍ୟପକ୍ଷରେ ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୧୪୨ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତ ଭିତରେ ଖୋର୍ଦ୍ଧରୁ ୪୭, ଯାଜପୁରରେ ୩୬, ଭଦ୍ରକ ଓ ବାଲେଶ୍ୱରରେ ୧୯ ଜଣ ଲେଖାଏଁ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଢ଼େଙ୍କାନାଳରୁ ଜଣେ, କୋରାପୁଟରୁ ଜଣେ, ଝାରସୁଗୁଡ଼ାରୁ ଜଣେ, ଦେବଗଡ଼ରୁ ଜଣେ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
[ad_2]