କଟକ-ଭୁବନେଶ୍ୱରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର(ସତ୍ୟଶିଖା): କଟକ ଭୁବନେଶ୍ୱର ମଧ୍ୟରେ ଲେନ୍‌ ଡ୍ରାଇଭିଂ ପାଇଁ ପ୍ରସ୍ତାବ ରହିଛି। ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ।  ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ ଦୁର୍ଘଟଣା କମିବ। ବିଶେଷ କରି ଓଭର ଟେକିଂ ସମୟରେ ଦୁର୍ଘଟଣା ହେଉଥିବାରୁ ଲେନ୍‌ ଡ୍ରାଇଭିଂରେ ଏହି ସମସ୍ୟା କମିବ।

ଆହୁରି ପଢ଼ନ୍ତୁ

ସବୁଠୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଡାହାଣ ପଟେ, ତା’ଠାରୁ କମ୍ ଗତିର ମଝିରେ ଓ ସବୁଠୁ ଧିରେ ଯାଉଥିବା ଗାଡ଼ି ସଂପୂର୍ଣ୍ଣ ଭାବେ ଡାହାଣ ପଟେ ଗତି କରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଲେନ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version