କଟକରୁ ୩ ପଜିଟିଭ ଚିହ୍ନଟ – Satyasikha

କଟକ(ସତ୍ୟଶିଖା): କଟକ ସହରରେ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅନ୍ୟ ଜଣେ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ

ମାଣିକଘୋଷ ବଜାରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ  ଥିଲେ। ୬୨ ବର୍ଷୀୟ ଜଣେ ବୃଦ୍ଧ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେମାନଙ୍କ ବ୍ୟତୀତ ଏକ ଘରୋଇ ନର୍ସିଂହୋମର ଜଣେ ୫୮ ବର୍ଷୀୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ଜଣାପଡ଼ିଛି।  ଏ

କଟକ ମହାନଗର ନିଗମ ଅଞ୍ଚଳରେ ସମୁଦାୟ ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇ ସାରିଲେଣି। ୧୬୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି

ଆହୁରି ପଢ଼ନ୍ତୁ



[ad_2]

Exit mobile version