

ସତ୍ୟଶିଖା( ମାଲକାନଗିରି) ୧୪.୧୨.୨୦୨୧: ପୁଣି ବଢିବାରେ ଲାଗିଛି ମାଓବଦୀଙ୍କ ଭୟାନକ କାଣ୍ଡ । ଘରୁ ଡାକି ନେଇ ଗାଁ ମୁଣ୍ଡରେ ଜଣେ ଯୁବକଙ୍କୁ କରିଛନ୍ତି ହତ୍ୟା ।
ମାଲକାନିଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା ଏରାବର ଥାନା ଅଞ୍ଚଳରେ ମାଓବଦୀ ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗଳା କାଟି ଦେଇଛନ୍ତି କେବଳ ଏତିକି ନୁହେଁ ଏକ ଚିଠି ମଧ୍ୟ ଛାଡିଛନ୍ତି ।
ଯେଉଁଥିରେ ଲେଖା ହୋଇଛି ପୋଲିସ ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ଥିବା କାରଣରୁ ତାଙ୍କୁ ହତ୍ୟା କରାଯାଇଛି ।
ମୃତ ବ୍ୟକ୍ତିଙ୍କ ନାଁ ହେଉଛି ନବୀନ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ଖେଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ନବୀନଙ୍କୁ ହତ୍ୟା କରିଥିଲେ ।
ପରେ ଘଟଣା ସ୍ଥଳରେ ସୁକୁମା ଏସପି ସୁନିଲ ଶର୍ମା ପହଂଚି ଅଧିକ ତଦନ୍ତ ଚଳାଇଛନ୍ତି ।