ନ୍ୟୁଜ୍
ଭିଜିଲାନ୍ସ ଜାଲରେ ଚିଲିକା ଡିଏଫଓ l


ସତ୍ୟଶିଖା ( ଖୋର୍ଦ୍ଧା ) ୧୧.୦୮.୨୦୨୦ : ଖୋର୍ଦ୍ଧା ଡିଏଫଓ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଡ଼ିଏଫଓ ଆଲୋକ ରଞ୍ଜନ ହୋତା। ଭୁବନେଶ୍ୱର ଭିଜିଲାନ୍ସ ଟିମ ରଞ୍ଜନଙ୍କ ଜଗତସିଂହପୁର ଚାଷୀଖଣ୍ଡ ଗାଁ ସ୍ଥିତ ପୌତ୍ରୀକ ଘର, ଚନ୍ଦ୍ରଶେଖରପୁର ଘର, ବରମୁଣ୍ଡାରେ ସମ୍ପର୍କୀୟ ଘର ଏବଂ ବାଲୁଗାଁ ଅଫିସ କୁ ମିଶାଇ ମୋଟ ୬ ଗୋଟି ଜାଗାରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୧ କୋଟି ୩୨ ଲକ୍ଷ୍ୟ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ଶ୍ରୀ ହୋତାଙ୍କୁ ଭିଜିଲାନ୍ସ ଅଟକ ରଖି ପଚାରା ଉଚରା କରିବା ସହ ଗିରଫ କରିଛି । ସୋମବାର ସକାଳେ ୫ ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବେଆଇନ ସମ୍ପତ୍ତି ମଧ୍ୟ ରହିଛି ।






