କଂଗ୍ରେସ ନେତା ଓ ପରିବାର ଲୋକ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ମରକାଜ ନିଜାମୁଦ୍ଦିନ ଗସ୍ତ କରି କରୋନାକୁ ନିମନ୍ତ୍ରଣ କରିଥିବା ଜଣେ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ନେତାଙ୍କ ବ୍ୟତୀତ ତାଙ୍କ ପତ୍ନୀ ତଥା ଉକ୍ତ ଅଞ୍ଚଳର କାଉନସିଲର ଓ ଝିଅ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ନେତା ଜଣଙ୍କ ନିଜାମୁଦ୍ଦିନ ଯାଇଥିଲେ ହେଁ ଏ ସମ୍ପର୍କରେ ତଥ୍ୟ ଲୁଚାଇ ରଖିଥିଲେ। ଏଥିପାଇଁ ପୁଲିସ୍‌ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି।

ଆହୁରି ପଢ଼ନ୍ତୁ

ପୁଲିସ୍ କହିଛି ଯେ କଂଗ୍ରେସ ନେତାଙ୍କ ଅବହେଳା ଯୋଗୁ ତାଙ୍କ ଗାଁ ଦୀନାପୁର ଅଞ୍ଚଳରେ ସଂକ୍ରମଣ ଆଶଙ୍କା ବଢ଼ିଛି। ଏଥିପାଇଁ ଉକ୍ତ ଅଞ୍ଚଳକୁ କଲଷ୍ଟର ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇଥିବାରୁ ଏଠାରେ ରହୁଥିବା ଲୋକମାନେ ବାହାରକୁ ବାହାରିପାରିବେ ନାହିଁ କିମ୍ବା ବାହାର ଲୋକ ସେଠାକୁ ଯିବେନାହିଁ।

ସମସ୍ତ ୩ ଆକ୍ରାନ୍ତଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମାସରେ ମରକାଜ ନିଜାମୁଦ୍ଦିନକୁ ଯାଇଥିବା ଲୋକମାନଙ୍କୁ ନିଜ ଆଡ଼ୁ କରୋନା ଟେଷ୍ଟ ପାଇଁ ଆଗେଇ ଆସିବାକୁ କୁହାଯାଇଥିଲା। ହେଲେ ଏହି ପୂର୍ବତନ କାଉନସିଲର ଜଣଙ୍କ ଏହାକୁ ଲୁଚାଇ ରଖିଥିଲେ। ଶେଷରେ ସେ ଥଣ୍ଡା ଓ ଜ୍ୱରରେ ପଡ଼ିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା।

[ad_2]
Exit mobile version