ଦେଶ

ସଂଶୋଧିତ ତାଲିକା ଜାରି କଲା ମହାରାଷ୍ଟ୍ର, ମୃତ୍ୟୁସଂଖ୍ୟା ୫୫୧୦କୁ ବଢ଼ିଲା

ମୁମ୍ବାଇ: ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ଚୂଡ଼ାନ୍ତ ତାଲିକାରେ ସାମିଲ କରି ନଥିବା ମହାରାଷ୍ଟ୍ର ଏବେ ନିଜର ତ୍ରୁଟି ସୁଧାରିଛି। ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ପକ୍ଷରୁ ସଂଶୋଧିତ ମୃତ୍ୟୁ ତାଲିକା ପ୍ରକାଶ କରାଯାଇଛି।

ନୂଆ ତାଲିକାରେ ଆହୁରି ୧୩୨୮ ଜଣ କରୋନା ଯୋଗୁ ରାଜ୍ୟରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଅର୍ଥାତ ଏଗୁଡ଼ିକୁ ମହାରାଷ୍ଟ୍ର ସରକାର ସାର୍ବଜନୀନ କରି ନଥିଲେ। ଗତକାଲିର ତାଲିକା ଅନୁଯାୟୀ, କରୋନା ଦ୍ୱାରା ମୁମ୍ବାଇରେ ମୋଟ ୨୨୫୦ ଜଣ ପ୍ରାଣ ହରାଇଥିଲେ। ହେଲେ ଆଜି ସଂଶୋଧିତ ତାଲିକାରେ ଆଉ ୮୬୨ ଜଣ ପ୍ରାଣ ହରାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ

ଏହାର ଅର୍ଥ ମୁମ୍ବାଇରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୧୨କୁ ବୃଦ୍ଧି ପାଇଛି। ସେହିପରି ମହାରାଷ୍ଟ୍ରରା ଅନ୍ୟ ପ୍ରାନ୍ତରେ ଅତିରିକ୍ତ ୪୬୬ ଜଣ ପ୍ରାଣ ହରାଇଥିଲେ ହେଁ ଏହାକୁ ଚୂଡ଼ାନ୍ତ ତାଲିକାରେ ପୂର୍ବରୁ ସାମିଲ କରାଯାଇ ନଥିଲା।

କିନ୍ତୁ ଆଜି ଏହାକୁ ସାମିଲ କରାଯାଇଛି। ଫଳରେ ଏହି ସଂଖ୍ୟା ୧୩୮୨କୁ ବୃଦ୍ଧି ପାଇଛି। ଏପରି ଭାବେ ଆଜି ସୁଦ୍ଧା ମହାରାଷ୍ଟ୍ରରେ କରୋନା ଯୋଗୁ ମୋଟ ୫୫୧୦ ଜଣ ପ୍ରାଣ ହରାଇଛନ୍ତି।

[ad_2]
Show More
Back to top button