ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ : ଭଗବାନଙ୍କ ଦ୍ବାରା ସୃଷ୍ଟି ଏହି ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ସେଥିମଧ୍ୟରୁ ନାନେଘାଟ ଜଳପ୍ରପାତ ଅନ୍ୟତମ। ଯାହା ଓଲଟା ପ୍ରବାହିତ ହୋଇଥାଏ। ପୁଣେର ଜୁନ୍ନର ନିକଟବର୍ତ୍ତି ମହାରାଷ୍ଟ୍ରର ପଶ୍ଚିମଘାଟରେ ନାନେଘାଟ ନାମକ ଏକ ସ୍ଥାନ ରହିଛି। ଏହା ମୁମ୍ବାଇଠାରୁ ପ୍ରାୟ ୩ଘଣ୍ଟା ସମୟ ବ୍ୟବଧାନ ମଧ୍ୟରେ ଅବସ୍ଥିତ।ଏହା ଏକ କ୍ରିପ୍ଟିକ ପର୍ବତ , ଯେଉଁଠାରେ ଓଲଟା ଦିଗରେ ଜଳପ୍ରପାତ ପ୍ରବାହିତ ହୁଏ। ଏହାକୁ ସାଧାରଣତଃ ଅନେକ ଲୋକ ଜାଣିନାହାନ୍ତି। ପବନର ଶକ୍ତିଶାଳୀ ବେଗ ଏଠାରେ ଏହି ପ୍ରବାହିତ ଜଳକୁ ଉପରକୁ ଠେଲିଦେଇଥାଏ। ଯାହାଦ୍ବାରା ଜଳପ୍ରପାତ ଓଲଟା ପ୍ରବାହିତ ହୋଇଥାଏ। ଏଠାରେ ମାଧ୍ୟାକର୍ଷଣ ଶକ୍ତି କାମ କରେନାହିଁ। ଏହି ଅଦ୍ଭୁତ ଘଟଣା କେବଳ ସେତେବେଳେ ହୋଇଥାଏ ଯେତେବେଳେ ଜଳର ଶକ୍ତି ଯଥେଷ୍ଟ ଅଧିକ ଥାଏ। ଏହି ଟ୍ରେକିଂ ମାର୍ଗ ବହୁ ଶତାବ୍ଧୀ ପୂର୍ବରୁ ଛତ୍ରପତି ଶିବାଜୀଙ୍କ ଶାସନ କାଳରେ ବାଣିଜ୍ୟ କରିବାପାଇଁ ବ୍ୟବହୃତ ହେଉଥିଲା। ଏଠାରେ ପ୍ରାଚୀନ ଗୁମ୍ଫା ଏବଂ ପଥର କଟା ହାଣ୍ଡି ଅଛି ଯାହା ସାକ୍ଷୀ ହୋଇଥିବା ଅତୀତର କାହାଣୀଗୁଡିକ କହିଥାଏ। ପ୍ରାୟ ପ୍ରତ୍ୟେକ ପରିଦର୍ଶକ, ଯିଏ ଏଠାକୁ ବୁଲିବାକୁ ଆସନ୍ତି ସେମାନେ ଏହି କଥାରେ ଏକମତ ଯେ ଏହାକୁ ଉପରୁ ଦେଖିବା ସମୟରେ ଏହା ବହୁତ ସୁନ୍ଦର ଦେଖାଯାଇଥାଏ।
ଜୁନ ଠାରୁ ସେପ୍ଟେମ୍ବର ମାସ ହେଉଛି ନାନେଘାଟକୁ ବୁଲିବାକୁ ଯିବାପାଇଁ ଉଚିତ ସମୟ। ଏଥିରେ ଟ୍ରେକିଂ ବ୍ୟତିତ ଆଉଏକ ମନଲୋଭା ଜିନିଷ ହେଉଛି ଷ୍ଟାରଗେଜିଂ। କିନ୍ତୁ ମୌସୁମୀର ମେଘୁଆ ପାଗରେ ଏହାକୁ ଦେଖିବା ସମ୍ଭବ ହୋଇନଥାଏ। ସେଥିପାଇଁ ଗ୍ରୀଷ୍ମ ମାସ ନହେଲେ ଶୀତର ସୁଖିଲା ମାସ ଏହାକୁ ଦେଖିବାପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ।