ଦେଶ

୧୪,୯୭୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୪୮୮ ଜୀବନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ କୁହାଯାଇଛି ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୭୯୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୭୬ ବିଦେଶୀ ନାଗରିକ ଅଛନ୍ତି। ଅନ୍ୟପକ୍ଷରେ ୧୨,୨୮୯ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ସକ୍ରିୟ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪୮୮ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ମହାରାଷ୍ଟ୍ରରେ ସର୍ବାଧିକ ୨୦୧ ଜୀବନ ଯାଇଛି। ଏହା ପଛକୁ ମଧ୍ୟପ୍ରଦେଶ ରହିଛି। ଯେଉଁଠାରେ ଏପର୍ଯ୍ୟନ୍ତ ୬୯ ଜଣଙ୍କର ମୃତ୍ୟୁ ଘଟିଛି। ଶେଷ ଖବର ସୁଦ୍ଧା ମୋଟ ୨୦୧୪ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଥିବା ଏଥିରେ କୁହାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସବୁଠାରୁ ଅଧିକ ଆକ୍ରାନ୍ତ ଥିବା ମହାରାଷ୍ଟ୍ରରେ ସଂଖ୍ୟା ୩,୩୨୩କୁ ବୃଦ୍ଧି ପାଇଛି। ଏହା ପରେ ଦିଲ୍ଲୀରେ ୧,୭୦୭ ଆକ୍ରାନ୍ତ ରହିଛନ୍ତି, ତାମିଲନାଡ଼ୁରେ ୧,୩୨୩ ଆକ୍ରାନ୍ତ ରହିଛନ୍ତି, ଏବଂ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫୫କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିବା ଅନୁଯାୟୀ, “ଆମ ଦେଶରେ ମୃତ୍ୟୁ ହାର ପ୍ରାୟ ୩.୩% ରହିଛି। ବୟସ ବର୍ଗ ଅନୁଯାୟୀ ବିଶ୍ଳେଷଣରୁ ଜଣାପଡ଼ିଛି ୦-୪୫ ବର୍ଷ ବୟସରେ ୧୪.୪% ମୃତ୍ୟୁ ଘଟିଛି। ୪୫-୬୦ ବର୍ଷ ମଧ୍ୟରେ ଏହା ୧୦.୩%, ୬୦-୭୫ ବର୍ଷ ମଧ୍ୟରେ ଏହା ୩୩.୧% ଏବଂ ୭୫ ବର୍ଷ ବା ଏହାଠାରୁ ଅଧିକ ବୟସ କ୍ଷେତ୍ରରେ ମୃତ୍ୟୁହାର ୪୨.୨% ବୋଲି ଶନିବାର ସନ୍ଧ୍ୟାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଆହୁରି ମଧ୍ୟ କୁହାଯାଇଛି, ଭାରତରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସିଂହଭାଗ ତବଲିଗି ଜମାତ ଧାର୍ମିକ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବା ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଏଭଳି ୪ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି, ସମୁଦାୟ ୧୪,୩୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୪,୨୯୧ (୨୯.୮%) ଆକ୍ରାନ୍ତ ନିଜାମୁଦ୍ଦିନ ମର୍କାଜ କ୍ଲଷ୍ଟର ସହିତ ଜଡ଼ିତ। ଏହା ଏକକ ଉତ୍ସ ବା ଗୋଟିଏ ସ୍ଥାନରୁ ସର୍ବାଧିକ ବ୍ୟାପିଥିବା କୁହାଯାଇଛି। ସେମାନେ ମର୍କାଜ୍‌ରୁ ଯାଇ ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ତାମିଲନାଡ଼ୁରେ ୮୪%, ଦିଲ୍ଲୀରେ ୬୩%, ତେଲେଙ୍ଗାନାରେ ୭୯%, ଉତ୍ତରପ୍ରଦେଶରେ ୫୯% ଏବଂ ଆନ୍ଧ୍ରପ୍ରଦେଶରେ ୬୧% ତବଲିଗି ଜମାତ୍‌ ସହ ଜଡ଼ିତ। ସରକାରଙ୍କ ତ୍ୱରିତ ପଦକ୍ଷେପ କରୋନା ବ୍ୟାପିବା ଉପରେ ଲଗାମ ଲଗାଇଥିବା ଏହି ଅବସରରେ କୁହାଯାଇଛି।

[ad_2]
Show More
Back to top button