ରାଜ୍ୟ

ଓଡ଼ିଶାରେ ମହଙ୍ଗା ହେଲା ପେଟ୍ରୋଲ୍‌ ଓ ଡିଜେଲ

ଭୁବନେଶ୍ୱର(ସତ୍ୟଶିଖା): ପେଟ୍ରୋଲ୍‌ ଓ ଡିଜେଲ ଉପରେ ଭାଟ୍‌ ବଢ଼ାଇଲେ ରାଜ୍ୟ ସରକାର। ‘କରୋନା’ ବିପତ୍ତି ମଧ୍ୟରେ ରାଜ୍ୟ ସରକାର ପେଟ୍ରୋଲ୍‌ ଓ ଡିଜେଲ ଉପରେ ଭାଟ୍‌ ବୃଦ୍ଧି କରିଛନ୍ତି। ଡିଜେଲ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ୍‌ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଏହି ବର୍ଦ୍ଧିତ ଦର ମଧ୍ୟ ରାତ୍ରୀରୁ ଲାଗୁ ହେବ। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା ୩ଟା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୦୩ ପଇସା ଅଧିକ ମହଙ୍ଗା ହେବ। ଏବେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୧.୬୯ ପଇସା ଓ ଡିଜେଲ୍‌ ୬୭.୭୩ ଟଙ୍କା ହେବ।

ଆହୁରି ପଢ଼ନ୍ତୁ

ସୂଚନା ଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି କରିଥିଲେ। ‘କରୋନା’ ବିପତ୍ତି ଯୋଗୁ ଲୋକମାନେ ଦୁର୍ଦଶାରେ ଚଳୁଥିବା ବେଳେ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

[ad_2]
Show More
Back to top button