ଖେଳଦୁର୍ଘଟଣାନ୍ୟୁଜ୍ମନୋରଞ୍ଜନ

ସୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ସତ୍ୟଶିଖା ୧୧/୦୧/୨୦୨୧ : ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୋଏବ ମଲିକ ରବିବାର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କ କାର୍ ରାସ୍ତା କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସୋଏବଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ଅନୁସାରେ, ସୋଏବଙ୍କ ସ୍ପୋର୍ଟସ୍ କାର୍ ଦ୍ରୁତ ବେଗରେ ଯାଉଥିଲା । ହଠାତ ଏହା ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ସୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ୍ କାର୍ଯ୍ୟକ୍ରମ ସାରି ଘରକୁ ଯାଉଥିଲେ । ନ୍ୟାସନାଲ ହାଇ ପରଫରମାନ୍ସ ସେଣ୍ଟର ପାଖରେ ଏହି ଦୁର୍ଘଟଣା ହୋଇଛି । ଅନ୍ୟପଟେ ସମ୍ପୂର୍ଣ୍ଣ ଠିକ୍ ଥିବା ଟ୍ୱିଟ୍ ଯୋଗେ ସୋଏବ ସୂଚନା ଦେଇଛନ୍ତି ।ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ସମା ଟିଭି ଅନୁସାରେ, ସାଏବ ମଲିକ ରେସ୍ କାରଣରୁ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ପିଏସଏଲ ଡ୍ରାଫ୍ଟରେ ଭାଗ ନେବାକୁ ଯାଇଥିଲେ । କ୍ରିକେଟର ମହମ୍ମଦ ଅମିର ଓ ବାବର ଆଜାମ ତାଙ୍କ ସ୍ପୋର୍ଟସ୍ କାରକୁ ସେହି ସମୟରେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରେ ସୋଏବ ଓ ବହାବ ରିଆଜ ଘରକୁ ଫେରିଥିଲେ । ରାସ୍ତାରେ ଉଭୟଙ୍କ ମଧ୍ୟରେ ରେସିଂ ହୋଇଥିଲା । ରେସ୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

Show More
Back to top button