ଦେଶସ୍ୱାସ୍ଥ୍ୟ

ଗାଈ ଗୁହାଳରେ ଖୋଲିଲା କରୋନା ସେଣ୍ଟର

ସତ୍ୟଶିଖା( ଗୁଜୁରାଟ ) ୦୯.୦୫.୨୦୨୧:ଗାଈ ଗୁହାଳ ଭିତରେ ତିଆରି କରାଯାଇଛି କୋଭିଡ୍ କେୟାର ସେଣ୍ଟର । ଗୁଜୁରାଟର ବନାସକାଂଠାରେ ତିଆରି ହୋଇଥିବା ଏହି ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆୟୁର୍ବେଦିକ ଔଷଧ ଦ୍ୱାରା କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଔଷଧ ଗାଈର କ୍ଷୀର ଏବଂ ଗୋମୂତ୍ରରୁ ତିଆରି କରାଯାଉଛି । ତେବେ ଏଠାରେ ସେହି କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରାଯାଉଛି, ଯେଉଁମାନଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ତେବେ ଏହି କୋଭିଡ୍ କେୟାର ସେଣ୍ଟରରେ ରୋଗୀ ମାନଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥାଏ । ଏଠାରେ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଏ । ଦୁଇଜଣ ଆୟୁର୍ବେଦିକ ଡାକ୍ତର ରୋଗୀମାନଙ୍କର ସେବାରେ ଲାଗିଥାନ୍ତି । ତେବେ ଯେଉଁ ରୋଗୀମାନଙ୍କୁ ଏଲୋପ୍ୟାଥିକ ଔଷଧର ଆବଶ୍ୟକତା ପଡିଥାଏ, ତାଙ୍କୁ ସଙ୍ଗେ ସଙ୍ଗେ ଏମବିବିଏସ ଡାକ୍ତରଙ୍କ ପରାମର୍ଶରେ ଔଷଧ ଯୋଗାଇ ଦିଆଯାଏ ।

Show More
Back to top button