ନ୍ୟୁଜ୍

ସରକାର ମେଡିକାଲ୍‌ ଛାତ୍ରଛତ୍ରୀଙ୍କ ବାର୍ଷିକ ଦେୟ ଛାଡ କରନ୍ତୁ l

ସତ୍ୟଶିଖା ୦୭ .୦୮ .୨୦୨୦ : କରୋନାର ସାଂପ୍ରତୀକ ପରିସ୍ଥିରେ ଶିକ୍ଷା ବ୍ୟବସ୍ଥା ଭୁସୁଡି ପଡିଛି ଓ ସାଧାରଣ ଛାତ୍ର ଉପରେ ପ୍ରଭାବ ପକାଇଛି । ମେଡିକାଲ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚାପ ପକାଇଛି । ଏହି ପରିସ୍ଥିତିରେ ସାଧାରଣ ଗରିବ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ଦେୟ ଦେବା କଷ୍ଟଦାୟକ ହୋଇଯାଇଛି । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆୟାମ ମେଡିଭିଜନ୍‌ ତରଫରୁ ଦେୟ ଛାଡ ପାଇଁ ରାଜ୍ୟପାଳ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ଗୁଗୁଲ୍ ଫର୍ମ ମାଧ୍ୟମରେ ୨୩୯୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କର ସ୍ୱାକ୍ଷର ନିଆଯାଇଛି ।

୯୭.୯ % ଛାତ୍ରଛାତ୍ରୀ ବାର୍ଷିକ ଦେୟ ଛାଡ ଦାବି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ସମସ୍ତ ଛାତ୍ର ସଂସଦର ସଭାପତି ଯଥା ଏମକେସିଜିର ଆଷିଶ କୁମାର ମହାପାତ୍ର, ଏସ୍‌ସିବି ମେଡିକାଲ କଲେଜର ବିଶ୍ୱଜିତ ସାହୁ , ଭିମସାରର ସୁରଜ ଦଣ୍ଡପତ, ପିଆର୍‌ଏମ ମେଡିକାଲ୍‌ କଲେଜ୍‌ର ଅରବିନ୍ଦ ପ୍ରସାଦ, ଏସେଲେନ୍‌ ମେଡିକାଲ୍‌ କଲେଜର ଦେବବ୍ରତ ବେହେରା , ଓ ଏଫ୍‌ମ୍‌ ମେଡିକାଲ୍‌ କଲେଜ୍ ର ପ୍ରଭାତ କୁମାର ଦାସ ଓ ଏସ୍‌ବିଏମ୍‌ ମେଡିକାଲ୍‌ କଲେଜ୍ ର ଅନିମେଶ ଦାସ ଏହି ଦାବିକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେୟ ଛାଡକରିବା ଓ ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବେଦନ ହୁଅନ୍ତି ବୋଲି ମେଡିଭିଜନର ରାଜ୍ୟ ସଭାପତି ଦେବକିନନ୍ଦ ସେନାପତି କହିଛନ୍ତି ।

Show More
Back to top button