ରାଜ୍ୟ

ଓଡ଼ିଶାରେ ‘ଅମ୍ଫାନ’ ପ୍ରଭାବ; ୧୧୦ରୁ ୧୩୫ କି.ମି ବେଗରେ ବହିବ ପବନ

ଭୁବନେଶ୍ୱର(ସତ୍ୟଶିଖା): ଅତି ଭୀଷଣ ରୂପ ଧାରଣ କରି ସାରିଥିବା ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ସୁଦ୍ଧା ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ । ଏପରି ହେଲେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଆହୁରି ପଢ଼ନ୍ତୁ

ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ଆଜି ସନ୍ଧ୍ୟାରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଫଳରେ ପ୍ରବଳ ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ପରଠାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାଗୁଡିକରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ପରଠାରୁ ପବନର ବେଗ ବୃଦ୍ଧି ପାଇପାରେ । ତେଣୁ ଓଡ଼ିଶା ପାଇଁ ଯାହା ପୂର୍ବରୁ ସତର୍କତା ଜାରି କରାଯାଇଥିଲା ତାହାକୁ ବଳବତ୍ତର ରଖିଛି ପାଣିପାଗ ବିଭାଗ ।

ଏହାବ୍ୟତୀତୀ, ଓଡ଼ିଶାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ  ହେବା ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୩୫ କିଲୋମିଟର ମଧ୍ୟରେ ରହିପାରେ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

[ad_2]
Show More
Back to top button