ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ପରାମର୍ଶ ଦେଲେ ବୈଜୟନ୍ତ

ଭୁବନେଶ୍ୱର(ସତ୍ୟଶିଖା): ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଓଡ଼ିଶାକୁ ୟୁପି ମଡେଲ ଆପଣେଇବାକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ନବୀନ ବାବୁ ଯୋଗୀ ଆଦିତ୍ୟନାଥଙ୍କ ଭଳି ପନ୍ଥା ଆପଣେଇବା ଉଚିତ।

ଆହୁରି ପଢ଼ନ୍ତୁ

ଅତି କମରେ ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗ ସୀମା ସିଲ୍ କରିବା ଉଚିତ। ୟୁପି ମୁଖ୍ୟମନ୍ତ୍ରୀ ଗାଜିଆବାଦ, ନୋଏଡ଼ାରେ ଦିଲ୍ଲୀ ସୀମା ସିଲ୍ କରିଛନ୍ତି। ସୂଚନା ଅନୁଯାୟୀ ଗତ ୨ ଦିନରେ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ କଲିକତା ଲିଙ୍କ ବୋଲି ଜଣାପଡ଼ିଛି।



[ad_2]

Exit mobile version