‘ଓଡ଼ିଶାକୁ ବାତ୍ୟା ଭୟ ନାହିଁ ‘

ଭୁବନେଶ୍ୱର(ସତ୍ୟଶିଖା):  ମେ’ ମାସରେ ପୁଣି ଓଡ଼ିଶାରେ ଆଉ ଏକ ବାତ୍ୟା ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ମିଳିଛି ଆଶ୍ୱସ୍ତିକର ଖବର।

ଆହୁରି ପଢ଼ନ୍ତୁ

ଏନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ଏମିତିକି ଆସନ୍ତା ୬, ୭ ଓ ୮  ତାରିଖ ମଧ୍ୟ ଓଡ଼ିଶାକୁ ଲଘୁଚାପର ଭୟ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ହେଲେ ବାତ୍ୟାର ଗତିପଥରେ କୌଣସି ପରିବର୍ତ୍ତନ ହେଉନି। ତାହା ସ୍ଥିର ହୋଇ ରହିଛି। ତେଣୁ ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ।”

ଗତବର୍ଷ ମେ’ ୩ରେ ‘ଫୋନି’ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

 

[ad_2]
Exit mobile version