ବିଦେଶ

ଓଡ଼ିଆ ସଫ୍ଟୱେର ଇଞ୍ଜିନିଅରଙ୍କୁ କରୋନା, ଟ୍ୱିଟରରେ ନିଜେ କଲେ ଘୋଷଣା!

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଜଣେ ଓଡ଼ିଆ ସଫ୍ଟୱେର ଇଞ୍ଜିନିଅରଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ସେ ନିଜେ ଘୋଷଣା କରିଛନ୍ତି। ସେ ଟ୍ୱିଟରରେ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ ଆମେରିକାରେ କରୋନା ସବୁଠାରୁ ଉତ୍କଟ ସ୍ଥିତିରେ ଅଛି। ଶେଷ ଖବର ସୁଦ୍ଧା ଏଠାରେ ୧୩୦୪ ଜଣଙ୍କର ଜୀବନ ଯାଇସାରିଲାଣି। ତେବେ ଏହି ଯୁବକଙ୍କ ଟ୍ୱିଟ୍‌ ପରେ ତାଙ୍କ ଅନୁସରଣକାରୀମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସେ ଏଥିରେ ଲେଖିଛନ୍ତି, “ମୋର କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଏବେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ଚିନ୍ତା କରନ୍ତୁନି, ମୁଁ ଏହାର ମୁକାବିଲା କରିବି। ମୋ ସହ ପ୍ରଭୁ ଜଗନ୍ନାଥ ଅଛନ୍ତି।”

ଆହୁରି ପଢ଼ନ୍ତୁ

ସେ ଆହୁରି ମଧ୍ୟ ଏକ ଉତ୍ତରରେ ଲେଖିଛନ୍ତି, “ଗତକାଲି ରାତିରେ ତଳିପେଟରେ ଯନ୍ତ୍ରଣା ଅନୁଭବ କରୁଥିଲି। ଏହାପରେ ଔଷଧ ଖାଇ ଶୋଇପଡ଼ିଲି।” ଅଧିକ ଯନ୍ତ୍ରଣା ହେଲେ ପୁଲିସ୍‌କୁ ଫୋନ୍‌ କରି ସହାୟତା ନେବାକୁ ଡାକ୍ତର କହିଥିବା ସେ କହିଛନ୍ତି।

ସେ ଏକ ଉତ୍ତରର ପ୍ରତ୍ୟୁତ୍ତରରେ କହିଛନ୍ତି, “ମୋ ରୁମ୍‌ମେଟ୍‌ଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଇଥିଲା। ତେବେ ସେ ଡାକ୍ତରଙ୍କ ପାଖକୁ ଯିବାରୁ ବିନା ପରୀକ୍ଷାରେ ତାକୁ କରୋନା ପଜିଟିଭ୍‌ ବୋଲି କୁହାଯାଇଛି।”

ଏହ ଟ୍ୱିଟ୍‌ରେ ସେ ଆମେରିକାର ସ୍ୱାସ୍ଥ୍ୟସେବା ସ୍ଥିତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଏଠାରେ ସ୍ୱାସ୍ଥ୍ୟସେବା କଦର୍ଯ୍ୟ ସ୍ଥିତିରେ ଅଛି। ଆମକୁ କେବଳ ଭଗବାନ ବଞ୍ଚାଇପାରିବେ। ତେବେ ସେ କେଉଁଠାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ସେ ଲେଖିନାହାନ୍ତି। କରୋନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତାଙ୍କ ପରିଚୟ ଗୋପନ ରଖୁଛୁ। ଏହା କେବଳ ତାଙ୍କ ଘୋଷଣାରେ ସୀମିତ ରହିଥିବାରୁ କେତେ ସତ କେତେ ମିଛ ତାହା ଏଯାଏ ସ୍ପଷ୍ଟ ହୋଇପାରିନି।

[ad_2]
Show More
Back to top button