ଓଡ଼ିଆ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ହେବ ୧୭ ହଜାର କୋଟି

ଭୁବନେଶ୍ୱର (ସତ୍ୟଶିଖା): ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ନେଇ ଚିନ୍ତା ବଢ଼ୁଥିବା ବେଳେ ସେମାନଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର। ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା କରାଯାଇଛି। ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ-“ଗ୍ରାମାଞ୍ଚଳରେ କୃଷି ପାଇଁ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ୨୪ ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ। ୪ ହଜାର ପାନଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ୧୦ ହଜାର ଚାଷୀ ଓ ୫ ହଜାର SHG କୁ ଛତୁ ଚାଷ ପାଇଁ ସହାୟତା ମିଳିବ। ୩ ହଜାର ଚାଷୀଙ୍କୁ ଫୁଲ ଚାଷ ପାଇଁ ସାହାଯ୍ୟ କରାଯିବ। ମତ୍ସ୍ୟ ଚାଷରେ ଖର୍ଚ୍ଚ ହେବ ୧୧୧.୪୭ କୋଟି ଟଙ୍କା। ସ୍କିଲ୍‌ ଡେଭଲମେଣ୍ଟ ବାବଦରେ ଖର୍ଚ୍ଚ ହେବ ୧୪୦ କୋଟି। ୪୦ ହଜାର ପ୍ରବାସୀଙ୍କୁ ପଞ୍ଚାୟତିରାଜ ବିଭାଗ ଟ୍ରେନିଂ ଦେବ।”

ରାଜ୍ୟ ସରକାରଙ୍କ ଏହି ପିଷ୍ପତ୍ତ ପ୍ରବାସୀଙ୍କୁ ଜୀବନ ଓ ଜୀବିକାକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବ ବୋଲି ଆଶା କରାଯାଉଛି। ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ିବ ରାଜ୍ୟ ସରକାରଙ୍କ ଏହି ଯୋଜନା କେତେଦୂର ପ୍ରବାସୀଙ୍କ ପାଖରେ ପହଞ୍ଚୁଛି।

[ad_2]
Exit mobile version