ଓଲଟି ପଡ଼ିଲା ଟ୍ରାକ୍ଟର, ଚାଲିଗଲା ଶିଶୁ ଶ୍ରମିକଙ୍କ ଜୀବନ

ବିନିକା (ଦିଲ୍ଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସନାତନ ବାଗ (୧୩)। ତାଙ୍କ ଘର ସାହାଜବାହାଲ ଗାଁରେ ‍ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।

ଆହୁରି ପଢ଼ନ୍ତୁ

ଆଜି ସକାଳେ ଟ୍ରାକ୍ଟରଟି ସନାତନ ସମେତ ୬ଜଣ  ଶ୍ରମିକଙ୍କୁ ନେଇ ଯଶୋପୁରରୁ ସାହାଜବାହାଲ ଗାଁକୁ ଆସୁଥିଲା। ଏହି ସମୟରେ ସାହାଜବାହାଲ ଗାଁ ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ସନାତନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଶ୍ରମିକ ସୁସ୍ଥ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

[ad_2]
Exit mobile version