ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହି ୪ ହସ୍ପିଟାଲରେ ମିଳିବ ଚିକିତ୍ସା

ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାରେ ମହାମାରୀ ‘କରୋନା’ ବେକାବୁ ହେଉଥିବା ଦେଖି ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣେଇବାକୁ ଯାଉଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହି କମିଟି ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ଏହି ପ୍ଲାଜମା ଥେରାପି। କଟକ ଏସ୍‌ସିବି, ଅଶ୍ୱିନୀ, ଭୁବନେଶ୍ୱରରେ ସମ୍‌ ଓ କିମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ୭୫୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୦୪୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version