ବାଣିଜ୍ୟ

ଆୟକର ବିଭାଗ ତରଫରୁ ବରିଷ୍ଠ ନାଗରିକ ଟ୍ୟାକ୍ସଦାତାଙ୍କୁ ଆଶ୍ବସ୍ତି

ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୧/୨୦୨୦ : ଆୟକର ବିଭାଗ ବରିଷ୍ଠ ନାଗରିକଙ୍କୁ କିଛି ସ୍ପେଶାଲ ଟ୍ୟାକ୍ସର ଲାଭ ଦେଇଛି । ଯଦି ଆପଣ ବି ଏହି ଟ୍ୟାକ୍ସର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଜଣାନ୍ତୁ ବୃଦ୍ଧାବସ୍ଥାରେ ଟ୍ୟାକ୍ସ ସଞ୍ଚୟ କରିପାରିବେ । କିନ୍ତୁ ଏଥିପାଇଁ ଟ୍ୟାକ୍ସଦାତାଙ୍କ ବୟସ ୬୦ ରୁ ୮୦ ବର୍ଷ ମଧ୍ୟରେ ହେବା ଉଚିତ । ୮୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଆୟକର ବିଭାଗ ବରିଷ୍ଠ ନାଗରିକ ଶ୍ରେଣୀଭୁକ୍ତ କରିଛି । ବରିଷ୍ଠ ନାଗରିକଙ୍କୁ କିଭଳି ଟ୍ୟାକ୍ସରେ ଲାଭ ମିଳିବ ଜାଣନ୍ତୁ:

ସାମାନ୍ୟ ନାଗରିକଙ୍କ ତୁଳନାରେ ବରିଷ୍ଠ ନାଗରିକଙ୍କୁ ଟ୍ୟାକ୍ସରେ ଅଧିକ ରିହାତି ମିଳିଥାଏ । ଆୟ ରାଶିରେ ରିହାତି ମିଳିଥାଏ ଏବଂ ଏଥିପାଇଁ ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ । ୨.୫ ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ନାଗରିକଙ୍କୁ ଆୟକର ରିଟର୍ନ ଦେବାକୁ ପଡ଼ିବନାହିଁ । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୩ ଲକ୍ଷ ଟଙ୍କା | ସୁପର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ୫ ଲକ୍ଷ ଟଙ୍କା ରହିଛି ।

ରିହାତି ସୀମାରେ ବରିଷ୍ଠ ନାଗରିକଙ୍କୁ ସାଧାରଣ ନାଗରିକଙ୍କ ତୁଳନାରେ ୫୦ ହଜାର ଟଙ୍କା ଅତିରିକ୍ତ ଲାଭ ହୋଇଥାଏ ଏବଂ ଏହି ରାଶି ଟ୍ୟାକ୍ସ ଅନ୍ତର୍ଭୁକ୍ତ ନୁହେଁ । ତାଛଡା ଟ୍ୟାକ୍ସ ଲିମିଟରୁ କମ ଟଙ୍କାରେ ବ୍ୟାଙ୍କ ଫିକ୍ସ ଡିପୋଜିଟ ପାଇଁ T.D.S କାଟୁଥିଲେ 15 G/H ଫର୍ମ ଭରି ଆୟକର ରିଟର୍ନ ଅନୁସାରେ ଫେରସ୍ତ ନେଇପାରିବେ । ଯଦି କୌଣସି ବରିଷ୍ଠ ନାଗରିକ ବାର୍ଷିକ ୫୦ ହଜାର ଟଙ୍କା ସ୍ୱାସ୍ଥ୍ୟ ବୀମାରେ ପ୍ରିମିୟମ ଭରିଛନ୍ତି ତାହେଲେ ସେଥିପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବନି ।

ଆଇଟି ଆକ୍ଟ ଧାରା ୨୦୮ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଟ୍ୟାକ୍ସ ୧୦ ହଜାରରୁ ଅଧିକ ଥାଏ ସେମାନଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡିଥାଏ । ଏଠାରେ ବରିଷ୍ଠ ନାଗରିକଙ୍କୁ ରିହାତି ଦିଆଯାଇଛି । ଧାରା ୨୦୭ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡ଼ିବନି । ଆୟକର ଟ୍ୟାକ୍ସ ୱେବସାଇଟ ଅନୁସାରେ, କୌଣସି ବରିଷ୍ଠ ନାଗରିକଙ୍କ ଆୟ ବ୍ୟବସାୟ ଓ ପେସା ସହ ଜଡିତ ନୁହନ୍ତି ତାହେଲେ ସେମାନଙ୍କୁ ଆଡ଼ଭାନ୍ସ ଟ୍ୟାକ୍ସ ଦେବାକୁ ପଡ଼ିବନି ।

ଆୟକର ଟ୍ୟାକ୍ସ ଆଇନ ଧାରା 80.T.T.B ଅନୁସାରେ, ସାମାନ୍ୟ ନାଗରିକଙ୍କ ପାଇଁ ୫୦ ହଜାର ଟଙ୍କା ଯାଏଁ ଡିପୋଜିଟରେ ବ୍ୟାଙ୍କ, ପୋଷ୍ଟ ଅଫିସ ଓ କୋ-ଅପରେଟିଭ ବ୍ୟାଙ୍କରୁ ସୁଧ ହିସାବରେ ହୋଇଥିବା ଆୟ ଉପରେ ଟ୍ୟାକ୍ସ ପ୍ରାବଧାନ ରହିଛି । ଏଥିରେ ଉଭୟ ଶେଭିଂ ଡିପୋଜିଟ ଓ ଫିକ୍ସ ଡିପୋଜିଟରେ ରିହାତି ପ୍ରାବଧାନ ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ଧାରା 194 A ଅନୁସାରେ ୫୦ ହଜାର ଟଙ୍କା ଜମା କଲେ ସରକାରୀ ବ୍ୟାଙ୍କରୁ ସୁଧ ଅନୁସାରେ ମିଳିଥିବା ଆୟରେ କୌଣସି ରିହାତି ମିଳିନଥାଏ । ପ୍ରତ୍ୟେକ ବ୍ୟାଙ୍କ ପାଇଁ ଅଲଗା ଅଲଗା ଗଣତି ହୋଇଥାଏ ।

Show More
Back to top button