

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୭.୨୦୨୧: ଓଲଟିଲା ପିକ୍ଅପ୍ ଭ୍ୟାନ୍ । ନିର୍ବନ୍ଧ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଗାଡି । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, କେସିଙ୍ଗା ବ୍ଲକ ଚାଞ୍ଚେର ଗାଁ ଲଖନା ମାଝିଙ୍କ ପୁଅ ପାଇଁ କର୍ଲାପାଟ ନିକଟ ଟିକ୍ରାପଡା ଗାଁକୁ ଦୁଇଟି ପିକଅପ ଭ୍ୟାନରେ ୫୦ରୁ ଅଧିକ ମହିଳା ଓ ପୁରୁଷ ନିର୍ବନ୍ଧ ପାଇଁ ଯାଇଥିଲେ । ନିର୍ବନ୍ଧ ସାରି ଅପରାହ୍ନ ୪ଟା ସମୟରେ ଫେରିବା ସମୟରେ ପୁରୁଣାଗୁମା ନିକଟରେ ଗୋଟିଏ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଲା। ଯାହାଫଳରେ ଗାଡ଼ିରେ ବସିଥିବା ୨୦ରୁ ଅଧିକ ଲୋକେ ଦୁର୍ଘଟଣା ଶିକାର ହୋଇଥିଲେ । ଦୁର୍ଘଟଣା ପରେ ପିକଅପ ଭ୍ୟାନ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ନିକଟରେ ଥିବା ଗ୍ରାମବାସୀମାନେ ଉଦ୍ଧାର କରିଥିଲେ। ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତେବେ ଆହତ ମାନଙ୍କ କହିବା ଅନୁସାରେ ଡ୍ରାଇଭର ମଦ୍ୟପାନ କରିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ଜଣାପଡିଛି । ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।