ଖେଳ

ଏହି ୭ ବର୍ଷର କୁନି ଝିଅର ବ୍ୟାଟିଂରେ ସବୁ ଘାଇଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କ୍ରିକେଟ୍ ଜଗତ ଠପ୍ ପଡ଼ିଯାଇଛି। କିନ୍ତୁ ଭାରତର ଜଣେ କୁନି ଝିଅ ନିଜ ଘରେ ଏଭଳି ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି, ଯାହାକୁ ଦେଖି ସାରା ଦୁନିଆ ସ୍ତବ୍ଧ। ଏହି ଝିଅଟିର ନାଁ ପରୀ ଶର୍ମା, ଯାହାର ବୟସ ମାତ୍ର ୭। ଏତେ କମ୍ ବୟସରେ ପରୀ ଯେଉଁ ଚମତ୍କାର ଟେକନିକରେ ଶଟ୍ ମାରୁଛନ୍ତି, ତା’ର ଏକ ଭିଡିଓ ସୋଶାଲ ମିଡିଆରେ ଧମାକା କରୁଛି। ଏପରିକି ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କଠାରୁ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶାଇ ହୋପ ସମେତ କିଛି କ୍ରିକେଟର୍ ପରୀ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଭନ୍ ପରୀଙ୍କର ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, “ଏହି ଭିଡିଓକୁ ଭଲ ଭାବେ ଦେଖନ୍ତୁ। ପରୀ ଶର୍ମା, ଯାହାଙ୍କର ବୟସ ମାତ୍ର ୭। ଏହି ବୟସରେ ତାଙ୍କର ମୁଭମେଣ୍ଟ ଅତ୍ୟନ୍ତ ପ୍ରଶଂସଯୋଗ୍ୟ।” ସେହିପରି ଇଣ୍ଡିଜର ୱିକେଟକିପର ବ୍ୟାଟ୍ସମ୍ୟାନ୍ ହୋପ୍ ପରୀଙ୍କ ଭିଡିଓ ଶେଆର୍ କରି ବଡ଼ କଥା କହିଛନ୍ତି। ହୋପ୍ ଲେଖିଛନ୍ତି, “ଯେତେବେଳେ ମୁଁ ବଡ଼ ହେଉଥିଲି, ମୁଁ ପରୀ ଶର୍ମାଙ୍କ ଭଳି ହେବାକୁ ଚାହୁଁଥିଲି।”

ଆହୁରି ପଢ଼ନ୍ତୁ

ସେହିପରି ଭାରତୀୟ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଶିଖା ପାଣ୍ଡେଙ୍କୁ ସୋଶାଲ୍ ମିଡିଆରେ ଜଣେ ଟ୍ୟାଗ୍ କରି ଲେଖିଛନ୍ତି, ଶିଖା ଆପଣଙ୍କୁ ଏହି ଖେଳାଳି ସନ୍ଧାନ କରିବା ଦରକାର। ଜବାବରେ ଶିଖା କହିଛନ୍ତି, ଏଥିରୁ କିଛି ଶିଖିବା ମଧ୍ୟ ଦରକାର। ଚମତ୍କାର ବ୍ୟାଟିଂ।

ପରୀଙ୍କୁ ବର୍ତ୍ତମାନ ମାତ୍ର ୭ ବର୍ଷ ଏବଂ ଏଭଳି ଫୁଟୱାର୍କ ଏବଂ ଶଟ୍ ଦେଖି ଲାଗୁଛି ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ। ନିକଟରେ ଶେଷ ହୋଇଥିବା ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ ଓପନ୍ କରିଥିବା ୧୫ ବର୍ଷୀୟା ଶେଫାଳି ବର୍ମାଙ୍କ ନିକଟରେ ଏଭଳି କିଛି ଉତ୍ସାହ ଦେଖିବାକୁ ମିଳିଥିଲା। ନିଜର ବିସ୍ଫୋରକ ବ୍ୟାଟିଂ କାରଣରୁ ଶେଫାଳି ବହୁତ କମ୍ ଦିନରେ ହିଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳା ଟି-୨୦ ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଶେଫାଳି ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମାରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ଶେଫାଳି ନିଜର ପଞ୍ଚମ ଟି-୨୦ ମ୍ୟାଚରେ ଇଣ୍ଡିଜ୍ ବିପକ୍ଷରେ ୪୯ ବଲରେ ୭୩ ରନର ଇନିଂସ୍ ଖେଳିଥିଲେ।



[ad_2]

Show More
Back to top button