ଏହି ୬ ସହରରୁ କୋଲକାତାକୁ ବିମାନ ମନା

କୋଲାକାତା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଲକାତା ଏୟାରପୋର୍ଟ ପକ୍ଷରୁ ବଡ଼ ଘୋଷଣା କରାଯାଉଛି। ଆସନ୍ତା ୩ ସପ୍ତାହ ଯାଏ ମୁମ୍ବାଇ, ଦିଲ୍ଲୀ, ନାଗରପୁର, ଚେନ୍ନାଇ, ପୁଣେ ଓ ଅହମଦାବାଦରୁ କୌଣସି ବିମାନ କୋଲକାତା ଏୟାରପୋର୍ଟରେ ଲ୍ୟାଣ୍ଡ କରିପାରିବ ନାହିଁ।

ଏହି ନିୟମ ସୋମବାରଠାରୁ ଲାଗୁ ହେବ। ପଶ୍ଚିମବଙ୍ଗ ସରକାର କିଛି ଦିନ ପାଇଁ ବିମାନ ଚଳାଚଳ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଭାରତ ସରକାରଙ୍କ ପରାମର୍ଶକ୍ରମେ ଜୁଲାଇ ୬ରୁ ୧୯ ତାରିଖ ଯାଏ କୋଲକାତାକୁ କୌଣସି ବିମାନ ଉପରୋକ୍ତ ୬ଟି ସହରରୁ ଆସିପାରିବ ନାହିଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ

କୋଭିଡ ଲକଡାଉନ ଯୋଗୁ ମାର୍ଚ୍ଚ ମଧ୍ୟ ଭାଗରୁ ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିଲା। ତେବେ ମେ’ ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ସେବେଠାରୁ ବିଭିନ୍ନ ସହରରୁ ଘରୋଇ ବିମାନ ଚଳାଚଳ କରୁଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version