ରାଜ୍ୟ

ଏହି ୩ ସହରରେ କାଲି ସକାଳେ ଖୋଲିବ ଦୋକାନ

ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱର, କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍‌ ଡାଉନ କଟକଣା ହଟିବାକୁ ଥିବା ବେଳେ ଲକ୍‌ ଡାଉନ୍‌ ବଳବତ୍ତର ରହିବ। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭ ଟାରୁ ଖୋଲିବ ବୋଲି କହିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

ଆହୁରି ପଢ଼ନ୍ତୁ

ଆଜି ୮ଟା ପରେ ଦୋକାନୀମାନେ ହୋଲ୍ସେଲଙ୍କଠାରୁ ଜିନିଷ ଆଣିବେ ଓ କାଲି ସକାଳ ୭ଟାରେ ସେମାନେ ଦୋକାନ ଖୋଲିବେ। ଏଥିସହ ଦୋକାନ ଗୁଡ଼ିକରେ ଲୋକଙ୍କ ଗହଳି କମାଇବାକୁ କିଛି ଅତିରିକ୍ତ କାଉଣ୍ଟର ଖୋଲିବାକୁ ଯୋଜନା ଥିବା ମହାସଂଘ ସଂପାଦକ କହିଛନ୍ତି। ବିଭିନ୍ନ ବସ୍‌ଷ୍ଟପ୍‌ ଓ ମ୍ୟୁନିସିପାଲିଟି ଦୋକାନରେ ଏହି ଅତିରିକ୍ତ କାଉଣ୍ଟର ଖୋଲିବାର ପ୍ରସ୍ତାବ ରହିଛି। ସରକାର ଅନୁମତି ଦେଲେ ତାହା କାର୍ଯ୍ୟକାରୀ ହେବ।  ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଖାଉଟି ସାମଗ୍ରୀ ମହଜୁଦ ଥିବାରୁ ଲୋକଙ୍କୁ ଆତଙ୍କିତ ହୋଇ ସାମଗ୍ରୀ କିଣିବାକୁ ଓ ଦୋକାନରେ ଗହଳି ନକରିବାକୁ ଅପିଲ୍‌ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା।

[ad_2]
Show More
Back to top button