ଖେଳ

ଲକଡାଉନ୍ ସମୟରେ କଲଗାର୍ଲଙ୍କୁ ଘରକୁ ଡକାଇଲେ ଏହି ଫୁଟବଲର୍‌, ଆଉ ତା’ପରେ…

ମ୍ୟାଞ୍ଚେଷ୍ଟର: କରୋନାଭାଇରସ୍ ଭଳି ମହାମାରୀକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି। ଏହା ସତ୍ତ୍ୱେ କିଛି ଲୋକେ ଲକଡାଉନକୁ ସିରିୟସ ଭାବେ ନେଉନାହାନ୍ତି। ଇଂଲଣ୍ଡରେ ଏବେ ଠିକ୍ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ମ୍ୟାଞ୍ଚେଷ୍ଟର ସିଟିର ଫୁଟବଲର କାଇଲ୍ ୱାକରଙ୍କୁ ଶୃଙ୍ଖଳାଗତ କାର୍ୟା ଏନୁଷ୍ଠାନର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡର ଏହି ଫୁଟବଲ୍ ଖେଳାଳି ଲକଡାଉନର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ୨୯ ବର୍ଷୀୟ ଖେଳାଳି ଗତ ସପ୍ତାହରେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଦୁଇ କଲଗାର୍ଲଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ୱାକର ନିଜ ଘରେ ପାର୍ଟି ଆୟୋଜନ କରି ସରକାରଙ୍କ ସାମାଜିତ ଦୂରତ୍ୱ ନିୟମର ଉଲ୍ଲଙ୍ଘନ କରିବା ସହ ଦୁଇ କଲଗାର୍ଲଙ୍କୁ ଡକାଇ ଆହୁରି ବଡ଼ ଭୁଲ କରିଛନ୍ତି। ତେବେ ଏଥିପାଇଁ ୱାକର କ୍ଷମା ମଧ୍ୟ ମାଗିଛନ୍ତି। ୱାକରଙ୍କ ଏଭଳି କାମ ପାଇଁ ତାଙ୍କ କ୍ଲବ୍ ମ୍ୟାଞ୍ଚେଷ୍ଟର ସିଟି ନିରାଶ ପ୍ରକାଶ କରିଛି। କ୍ଲବ୍ ସ୍ପଷ୍ଟ କରିଛି ଯେ ୱାକରଙ୍କ ଏଭଳି ସ୍ୱଭାବରେ ଆମେ ବହୁତ ନିରାଶ ହୋଇଛୁ ଏବଂ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ୱାକର କହିଛନ୍ତି, ଗତ ସପ୍ତାହରେ ମୁଁ ଯାହା କଲି, ସେଥିପାଇଁ ସର୍ବସାରଧାଣରେ କ୍ଷମା ମାଗୁଛି। ଜଣେ ପେସାଦାର ଫୁବଟଲର୍ ଏବଂ ରୋଲ୍ ମଡେଲ୍ ଭାବେ ମୋର କିଛି ଦାୟିତ୍ୱ ରହିଛି। ଏଥିପାଇଁ ମୁଁ ମୋ ପରିବାର, ଫୁଟବଲ୍ କ୍ଲବ୍‌, ସମର୍ଥକ ଏବଂ ଜନସାଧାରଣଙ୍କୁ ଆନ୍ତରିକତାର ସହ କ୍ଷମା ମାଗୁଛି।

ଆଉ ଏକ ରିପୋର୍ଟ ଅନୁଯାୟୀ, ସେହି ଦୁଇଜଣ କଲଗାର୍ଲଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ସେ ରାତି ପ୍ରାୟ ୧୦.୩୦ ବେଳେ ଟ୍ୟାକ୍ସି ଜରିଆରେ ୱାକରଙ୍କ ଘରେ ପହଞ୍ଚିଥିଲେ। ୱାକର ନିଜ ପରିଚୟ ଲୁଚାଇବାକୁ ପ୍ରୟାସ କରିଥିଲେ ଏବଂ ନିଜର ଅଲଗା ନାମ ପରିପ୍ରକାଶ କରିଥିଲେ। ତେବେ ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିବାରେ ୱାକର ପ୍ରଥମ ଫୁଟବଲର ନୁହଁନ୍ତି। ତାଙ୍କ ପୂର୍ବରୁ ଆଷ୍ଟନ୍ ଭିଲ୍ଲାର କ୍ୟାପଟେନ୍ ଜ୍ୟାକ୍ ଗ୍ରିଲିଶ୍ ମଧ୍ୟ ଏଭଳି ଉଲ୍ଲଙ୍ଘନ କରିସାରିଛନ୍ତି।

[ad_2]
Show More
Back to top button