ଘରୋଇ ସିଲିଣ୍ଡର ମହଙ୍ଗା ହେଲା


ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୩.୨୦୨୨ : ଦେଶବାସୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ପେଟ୍ରୋଲ ଓ ଡିଜେଲ ଦାମ୍ ସହ ଘରୋଇ ସିଲିଣ୍ଡର ଦାମ୍ ବି ବଢ଼ିଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ୍ ମଙ୍ଗଳବାର ସିଲିଣ୍ଡର ପିଛା ୫୦ ଟଙ୍କା ଳେଖାଏ ବଢ଼ିଛି। ଶେଷ ଥର ପାଇଁ ଗତ ଅକ୍ଟୋବର ୬ ତାରିଖରେ ଘରୋଇ ସିଲିଣ୍ଡର ଦାମ୍ ବଢ଼ିଥିଲା। ଏହାପରେ ଗତକାଲି ମଧ୍ୟ ରାତିରୁ ଏହି ନୂଆ ଦର ଲାଗୁ ହୋଇଛି।
ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ ପୂର୍ବରୁ ୮୯୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍ ପୂର୍ବରୁ ୯୨୬ ଟଙ୍କା ଥିବା ବେଳେ ଏବେ ତାହା ୯୭୬ ଟଙ୍କାରେ ପହଞ୍ଚିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ଦାମ ୯୩୮ ଟଙ୍କାରୁ ବଢ଼ି ୯୮୭.୫ ଟଙ୍କାରେ ପହଞ୍ଚିଛି। ପାଟଣାରେ ସିଲିଣ୍ଡର ପିଛା ଦାମ୍ ହଜାରେ ଟଙ୍କା ପାର୍ କରିଛି। ପୂର୍ବରୁ ଏଠାରେ ସିଲିଣ୍ଡର ପିଛା ୯୯୮ ଟଙ୍କା ଥିବା ବେଳେ ତାହା ୧୦୩୯.୫ରେ ପହଞ୍ଚିଛି।
ମାୟାନଗରୀ ମୁମ୍ବାଇରେ ଏଲପିଜି ସିଲିଣ୍ଡର ପିଛା ରେଟ୍ ପୂର୍ବରୁ ୮୯୯.୫ ଟଙ୍କା ଥିବା ବେଳେ ଏବେ ତାହା ୯୪୯.୫ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପୂର୍ବରୁ ସିଲିଣ୍ଡର ପିଛା ଦାମ୍ ୯୧୫.୫ ଟଙ୍କା ଥିବା ବେଳେ ଏବେ ତାହା ୯୬୫.୫ ଟଙ୍କାରେ ପହଞ୍ଚିଛି।