ଏଲଏନଜେପି ମେଡିକାଲ ନିର୍ଦ୍ଦେଶକଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବଡ଼ ହସ୍ପିଟାଲ ଲୋକ ନାୟକ ମେଡିକାଲରେ କରୋନା ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ କରୋନା ରୋଗୀମାନେ ଏଠାରେ ଚିକିତ୍ସିତ ହେଉଥିଲେ।

ତେବେ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ମେଡିକାଲର ନିର୍ଦ୍ଦେଶକ ନିଜେ ହିଁ ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସହ ହସ୍ପିଟାଲର ଆଉ ଦୁଇ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଏହାପରେ ନିର୍ଦ୍ଦେଶକଙ୍କୁ ସେହି ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ସେହିପରି ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ କରାଯାଇଛି।

[ad_2]
Exit mobile version