ଦେଶ

ଏମ୍ସର ଚତୁର୍ଥ ମହଲାରୁ ଡେଇଁ ପଡ଼ିଲେ କରୋନା ଆକ୍ରାନ୍ତ ସାମ୍ୱାଦିକ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିବା ୩୭ ବର୍ଷୀୟ ସାମ୍ୱାଦିକ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଛାତରୁ ଡେଇଁବାର ଦେଢ଼ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅପରାହ୍ନ ୩ଟା ୩୫ରେ ତାଙ୍କର ମୃତ୍ୟୁ ଘଟିଛି। ଅପରାହ୍ନ ୨ଟାରେ ସେ ଛାତରୁ ଡେଇଁ ପଡ଼ିଥିଲେ। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସାମ୍ୱାଦିକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜୁନ୍ ୨୪ରେ ଜଣାପଡ଼ିଥିଲା। ଏହାପରେ ସେ ଏମ୍ସର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି, ମୃତକ ଜଣଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ ଲାଭ କରୁଥିଲେ। ସୋମବାର ସେ ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର ହେବାର ଥିଲା।

ଆହୁରି ପଢ଼ନ୍ତୁ

ହସ୍ପିଟାଲର ମୁଖପାତ୍ର କହିଛନ୍ତି ଆକ୍ରାନ୍ତ ଜଣଙ୍କ ଟ୍ରମା ସେଣ୍ଟରରୁ ବାହାରି ଚତୁର୍ଥ ମହଲାକୁ ଯାଇଥିଲେ। ଏହାପରେ ସେ ଚତୁର୍ଥ ମହଲାକୁ ଯାଇ ଏକ କାଚ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ। ମୃତ ସାମ୍ୱାଦିକ ଜଣଙ୍କ ଏକ ଦୈନିକ ହିନ୍ଦୀ ଖବର କାଗଜର ଦିଲ୍ଲୀର ମୁଖ୍ୟ ପ୍ରତିନିଧି ଥିଲେ ବୋଲି ସୂଚନା ରହିଛି। ତାଙ୍କର ସ୍ତ୍ରୀ ଏବଂ ଦୁଇ ଛୁଆ ରହିଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button