ଏମଏସଇକୁ ବଳ ଦେବାକୁ ପ୍ୟାକେଜ, ବଦଳିଲା ସଂଜ୍ଞା

ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକକୁ ଫେରାଇବା ଓ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତ ଅଭିଯାନର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ହଜାର ଲକ୍ଷ କୋଟିର ଏହି ବୃହତ ଆର୍ଥିକ ପ୍ୟାକେଜରୁ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଲଘୁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ପ୍ୟାକେଜର ଫୋକସରେ ରହିଛନ୍ତି। ଏଥିସହ ଏମଏସଏଇର ସଂଜ୍ଞା ମଧ୍ୟ ବଦଳା ଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣଙ୍କ ଘୋଷଣା ଅନୁଯାୟୀ, ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀ ଗୁଡ଼ିକୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି। ଏଥିଲାଗି ୪ ବର୍ଷ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ପ୍ରଥମ ବର୍ଷ ଉଦ୍ୟୋଗୀଗୁଡ଼ିକୁ ଋଣ ସୁଝିବାକୁ ପଡ଼ିବ ନାହିଁ।

ଏହା ଦ୍ୱାରା ଦେଶର ୪୫ ଲକ୍ଷରୁ ଅଧିକ ଏମଏସଏଇ ଉପକୃତ ହେବେ ବୋଲି କୁହାଯାଇଛି। ଦେବାଳିଆ ତଥା କ୍ଷତିରେ ଚାଲୁଥିବା ଏମଏସଏମଇକୁ ପୁନର୍ଜୀବିତ କରିବା ଲାଗି ୨୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଏମଏସଏମଇ ଭଲ କାରବାର କରୁଛନ୍ତି ଏବଂ ଆଗକୁ ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଫଣ୍ଡ୍ସ ଅଫ୍ ଫଣ୍ଡ୍ସ କରାଯାଇଛି। ଏଥିପାଇଁ ୫୦ ହଜାର କୋଟିର ଆର୍ଥିକ ସହାୟତା ବ୍ୟବସ୍ଥା ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମଏସଏମଇ ସଂସ୍ଥାକୁ ସୁହାଇବା ଲାଗି ଏହାର ସଜ୍ଞା ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସେବା ପ୍ରଦାନକାରୀ ଏବଂ ଉତ୍ପାଦନ ଉଦ୍ୟୋଗ ପାଇଁ ଅଲଗା ନିୟମ ଥିଲା ବେଳେ ଏବେ ଏହାକୁ ମିଶାଇ ଦିଆଯାଇଛି। ନୂଆ ନିୟମ ଅନୁସାରେ ୧ କୋଟି ଟଙ୍କାର ନିବେଶ ଏବଂ ବାର୍ଷିକ ୫ କୋଟି ଟଙ୍କା କାରବାର କରୁଥିବା ସଂସ୍ଥାକୁ ଅଣୁ ଉଦ୍ୟୋଗ ଭାବେ ବିବେଚନା କରାଯିବ।

୧୦ କୋଟିର ନିବେଶ ଓ ୫୦ କୋଟିର କାରବାର କରୁଥିବା ଉଦ୍ୟୋଗକୁ କ୍ଷୁଦ୍ର ଏବଂ ୨୦ କୋଟି ନିବେଶ ଏବଂ ୧୦୦ କୋଟିର କାରବାର କରୁଥିବା ୟୁନିଟକୁ ମଧ୍ୟମ ଉଦ୍ୟୋଗର ମାନ୍ୟତା ମିଳିବ ବୋଲି କୁହାଯାଇଛି।

ଏମଏସଏମଇଗୁଡ଼ିକର କାରବାର ବୃଦ୍ଧି ଓ ଘରୋଇ ସମାଗ୍ରୀକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ୨ଶହ କୋଟି ପର୍ଯ୍ୟନ୍ତ ସରକାରୀ କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ ନାହିଁ। ଏଥିରେ ଭାରତୀୟ କମ୍ପାନୀଗୁଡ଼ିକୁ ହିଁ ଅଗ୍ରାଧିକାର ମିଳିବ।

ସେହିପରି ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ରିହାତି ଦେଇଛନ୍ତି କେନ୍ଦ୍ର ସରକାର। ପୂର୍ବ ଚୁକ୍ତିରେ ଥିବା ପଞ୍ଜୀକରଣ ଓ ନିର୍ମାଣ ଶେଷ କରିବା ଅବଧିକୁ ୬ ମାସ ବୃଦ୍ଧି କରାଯାଇଛି। କାମ ଶେଷ କରିବା ଲାଗି ଠିକାଦାରମାନଙ୍କୁ ଯେପରି ଅସୁବିଧା ନହେବ ସେଥିଲାଗି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରୀ କାମ ନେଇଥିବା ଠିକାଦାରମାନଙ୍କୁ ପ୍ରୋଜେକ୍ଟ ସାରିବାକୁ ଆଉ ୬ ମାସ ସମୟ ଦିଆଯାଇଛି।

[ad_2]
Exit mobile version