ବିଡିଏ ଅଫିସ୍ ଦୁଇ ଦିନ ବନ୍ଦ


ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱରସ୍ଥିତ ବିଡିଏ ଅଫିସରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ଦିନ ପାଇଁ ବିଡିଏ ଅଫିସକୁ ବନ୍ଦ କରାଯାଇଛି। ଏହି ଦୁଇ ଦିନ କୌଣସି କର୍ମଚାରୀ ଅଫିସ ଆସିବେ ନାହିଁ। ବିଡିଏର ଭାଇସ୍ ଚେୟାରମ୍ୟାନ ପ୍ରେମ ଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବିଡିଏ ଅଫିସରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅଫିସକୁ ସାନିଟାଇଜ୍ କରାଯିବ। ସେଥିପାଇଁ ଦୁଇ ଦିନ ଅଫିସ ବନ୍ଦ ରହିବ। କର୍ମଚାରୀମାନେ ଓ୍ୱାର୍କ ଫର୍ମ ହୋମ୍ କରୁଛନ୍ତି।
ଆହୁରି ପଢ଼ନ୍ତୁ
ସେ ଆହୁରି କହିଛନ୍ତି ଯେ, ୫ ଦିନ ଆଗରୁ ବିଡିଏର ଇଞ୍ଜିନିୟରିଂ ବିଭାଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ବିଭାଗର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ପ୍ଲାନିଂ ଡିପାର୍ଟମେଣ୍ଟର ଜଣେ ସିକ୍ୟୁରିଟି ଗାର୍ଡଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସଂକ୍ରମଣ ରୋକିବା ପାଇଁ ଅଫିସକୁ ୪୮ ଘଣ୍ଚା ପାଇଁ ବନ୍ଦ କରାଯାଇଛି। ଶୁକ୍ରବାର ଇଞ୍ଜିନିୟରିଂ ଏବଂ ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ବାଦ୍ ଦେଇ ଅନ୍ୟ ବିଭାଗର କର୍ମଚାରୀମାନେ ଅଫିସରେ କାମ କରିବେ। ଏହି ୪୮ ଘଣ୍ଟା ମଧ୍ୟରେ ଦୁଇ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୧୮୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୯୪ଟି ଆକ୍ଟିଭ କେସ୍ ରହିଛି। ରାଜ୍ୟରେ କରୋନାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ
[ad_2]