ଏପ୍ରିଲ ୪ ଯାଏ ହାଇକୋର୍ଟ ଓ ଜିଲ୍ଲା କୋର୍ଟ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦିନକୁ ଦିନ ଭାରତ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଏପ୍ରିଲ ୩ ତାରିଖ ଯାଏ ଦିଲ୍ଲୀ ହାଇକୋର୍ଟ ସମେତ ଜିଲ୍ଲା କୋର୍ଟ ଗୁଡ଼ିକ ବନ୍ଦ ରହିବ। ତେବେ ଏହି ସମୟରେ ଯଦି କୌଣସି ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି କରିବାର ସ୍ଥିତି ଉପୁଜିଲା, ତା’ହେଲେ ଆବେଦନକାରୀ ରେଜିଷ୍ଟାର ଓ ଯୁଗ୍ମ ରେଜିଷ୍ଟାରଙ୍କୁ ଟେଲିଫୋନ ଦ୍ୱାରା ଯୋଗାଯୋଗ କରିବେ। ଏହାପରେ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣଣି ହେବ।

[ad_2]
Exit mobile version